ଡ୍ରେନେଜ୍‌କଟ୍‌ ଉନ୍ନତୀକରଣ ନାଁରେ ୨ କୋଟି ହଡ଼ପ

ଡେରାବିଶ,୨୯ା୭(ସ୍ବ.ପ୍ର.): ଜମି ରହୁଥିବା ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନେଜକଟ୍‌ ଉନ୍ନତୀକରଣ କାର୍ଯ୍ୟ କରାନଯାଇ ମିଥ୍ୟା ବିଲ୍‌ କରି ୨ କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ କେନ୍ଦ୍ରାପଡ଼ା ଜିଲାପାଳ ଓ ଡ୍ରେନେଜ୍‌କଟ୍‌ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଞ୍ଚଳରେ। ବ୍ଲକ ଅଧୀନ ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ଓ ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ହରିଅଙ୍କପାଟ, ପାଣିଓଳା, ଯଅଁରାବାରିମୂଳ ଓ ହୁରାସାହି ପାଟ ବର୍ଷାଦିନେ ଚାଷଜମିରେ ବର୍ଷାଜଳ ଜମି ରହିବା ଫଳରେ ଶହଶହ ଏକର ଧାନ ଫସଲ ନଷ୍ଟ ହୋଇଯାଇଥାଏ। ଏ ବିଷୟରେ ହରିଅଙ୍କ, ଇନ୍ଦାଳୋ, ଯଅଁରାବାରିମୂଳ ଓ ଗରଦପୁର ବ୍ଲକର ବଙ୍ଗାଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ଏହି ଜଳ ନିଷ୍କାସନ ପାଇଁ ଏଠାରେ ଥିବା ଡ୍ରେନେଜ୍‌କଟ୍‌କୁ ସଫେଇ କରିବା ଓ ଏହି ଡ୍ରେନେଜ୍‌କଟ୍‌ ଦେଇ ରାସ୍ତାରେ ହୋମ ପାଇପ୍‌ ବସାଇବା ଇତ୍ୟାଦି କାର୍ଯ୍ୟ ପାଇଁ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳଙ୍କ ନିକଟରେ ସମ୍ପୃକ୍ତ ପଞ୍ଚାୟତବାସୀ ଦାବି କରିଆସୁଥିଲେ। ଏହି ଦାବିକୁ ଦୃଷ୍ଟିରେ ରଖି ତତ୍କାଳୀନ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ସୁପାରିସକ୍ରମେ ଜଳ ନିଷ୍କାସନ ପାଇଁ କେନ୍ଦ୍ରାପଡ଼ା ଡ୍ରେନେଜ୍‌କଟ୍‌ ଡିଭିଜନ୍‌ ବିଭାଗ ପକ୍ଷରୁ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦରେ ଟେଣ୍ଡର କରାଯାଇଥିଲା। ମାତ୍ର କାର୍ଯ୍ୟାଦେଶ ନେଇଥିବା ଠିକାଦାର ଏହି ଡ୍ରେନେଜ୍‌କଟ୍‌ କାର୍ଯ୍ୟ ଓ ଡ୍ରେନେଜ୍‌ ଉପରେ ଥିବା ବିଭିନ୍ନ ସ୍ଥାନରେ ହୋମ୍‌ ପାଇପ୍‌ ଓ ପୋଲ ନିର୍ମାଣ ନ କରି ସମ୍ପୃକ୍ତ ବିଭାଗର ସହକାରୀ ଯନ୍ତ୍ରୀ ଓ ଠିକାଦାର ମିଳିମିଶି ଏହି ଡ୍ରେନେଜକଟ୍‌ କାର୍ଯ୍ୟ ପାଇଁ ୨ କୋଟି ଟଙ୍କାର ମିଥ୍ୟା ବିଲ୍‌ କରି ସମ୍ପୃକ୍ତ ଅର୍ଥକୁ ହଡ଼ପ କରଛନ୍ତି। ଏ ନେଇ ହରିଅଙ୍କ ସରପଞ୍ଚ କନକଲତା ପ୍ରଧାନ, ଇନ୍ଦାଳୋ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବେହେରା ଓ ଯଅଁରାବାରିମୂଳ ସରପଞ୍ଚ ଶଙ୍କର୍ଷଣ ପରିଡ଼ା, ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନ, ବିଜୟ କୁମାର ପରିଡ଼ା, ଗୋଲଖ ଚନ୍ଦ୍ର ସ୍ବାଇଁ, ଜୟନ୍ତ କୁମାର ଶତପଥୀ, ପଞ୍ଚାନନ ସ୍ବାଇଁ, ସୁନାକର ସାହୁ, ଅଭୟ କୁମାର ପରିଡ଼ା ପ୍ରମୁଖ ଶତାଧିକ ଚାଷୀ ଜିଲାପାଳଙ୍କୁ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏହି ଡ୍ରେନେଜକଟ୍‌ କାର୍ଯ୍ୟ ନ ହେବା ଦ୍ୱାରା ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଶହଶହ ଏକର ଚାଷଜମିରେ ବର୍ଷାଜଳ ଜମି ରହିବା ସହ ଫସଲ ନଷ୍ଟ ହେବ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି। ତେବେ ବ୍ଲକ ଅଞ୍ଚଳରେ ସମସ୍ୟାରେ ଉବୁଟୁବୁ ହେଉଥିବା ଉପରୋକ୍ତ ପଞ୍ଚାୟତଗୁଡ଼ିକର ଚାଷୀମାନେ ନିଜର ଫସଲ ଉପତ୍ାଦନ ପାଇଁ ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରି କରି ଆସୁଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅଜାଣତରେ କିପରି ଏତେଗୁଡ଼ିଏ ଟଙ୍କାର ମିଥ୍ୟା ବିଲ୍‌ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ସମ୍ପୃକ୍ତ ଅଞ୍ଚଳବାସୀ ଜିଲାପାଳ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଡ୍ରେନେଜ୍‌କଟ୍‌ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବାଙ୍କନିଧି ସାମଲଙ୍କୁ ପଚାରିବାରେ ଅଞ୍ଚଳବାସୀଙ୍କ ଅଭିଯୋଗ ପାଇଛି। ତେବେ ଏ ବିଷୟରେ ତଦନ୍ତ କରାଯିବା ପରେ ଯାହାକିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri