ଇଙ୍ଗିନାଠି ସୋସାଇଟିରେ ୨ କୋଟି ଠକେଇ ଅଭିଯୋଗ

ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ସେବା ସମବାୟ ସମିତି (ସୋସାଇଟି)ରେ ଜମାକାରୀଙ୍କ ନାମରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସମ୍ପୃକ୍ତ ପଞ୍ଚାୟତର ଚାଷୀମାନେ ଭଞ୍ଜନଗର ଜନଶୁଣାଣି ଶିବିରକୁ ଆସିଥିବା ଗଞ୍ଜାମ ଏସପି ଜଗମୋହନ ମୀନାଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବେଲଗୁଣ୍ଠା ପୋଲିସ ସୋମବାର ଅପରାହ୍ନରେ ଜଣେ ଅବସରପ୍ରାପ୍ତ ସମ୍ପାଦକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନାଯୋଗ୍ୟ, ଇଙ୍ଗିନାଠି ସୋସାଇଟିରେ ୨୦୧୫ ରୁ ୨୦୧୬ ମଧ୍ୟରେ ୧୭୩ ଚାଷିଙ୍କ ଅଜାଣତରେ ସମ୍ପାଦକ ଏବଂ ଅନ୍ୟ କର୍ମଚାରୀମାନେ ୧ କୋଟି ୬୨ ଲକ୍ଷ ଟଙ୍କା ଚାଷିଙ୍କ ନାମରେ ଋଣ କରି ଟଙ୍କା ଠକି ନେଇଥିଲେ। ଚାଷୀମାନେ ଅଂଶଧନ ଟଙ୍କା ୧୦ ପ୍ରତିଶତ ବାନ୍ଧି ନାହାନ୍ତି ତଥାପି ସେମାନଙ୍କ ନାମରେ ଋଣ ଅନୁମୋଦନ ହୋଇଛି। ବର୍ତ୍ତମାନ ମୂଳଧନ ଏବଂ ସୁଧ ବାବଦକୁ ୨ କୋଟି ଟଙ୍କା ହୋଇଗଲାଣି। ତେଣୁ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଋଣ ଟଙ୍କା ଛାଡ କରିବାକୁ ଚାଷୀମାନେ ଦାବି କରିଛନ୍ତି। ପ୍ରକାଶ ଯେ, ଗତବର୍ଷ ବଳରାମ ଯୋଜନା ଲାଗୁ ହେବା ପରେ କିଛି ଚାଷୀ ଉକ୍ତ ଯୋଜନାର ସୁଫଳ ନେବା ପାଇଁ ସୋସାଇଟିରେ ଆବେଦନ କରିଥିଲେ। ଏହି ସମୟରେ ସେମାନଙ୍କ ନାମରେ ପୂର୍ବରୁ ବ୍ୟାଙ୍କରେ ବକେୟା ଋଣ ଗଡୁଥିବା ଯୋଗୁ ଯୋଜନାର ସୁଫଳ ପାଇପାରିନଥିଲେ। ସେମାନେ ପୂର୍ବରୁ ଋଣ ଆବେଦନ କରିନଥିବା ବେଳେ କିଭଳି ଏତେ ଟଙ୍କା ରୁଣ ହୋଇଛି ସେ ନେଇ ଗତ ୪ ତାରିଖରେ ଚାଷୀମାନେ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ବିଭିନ୍ନ ଆଳ ଦେଖାଇ ଏତଲାକୁ ଗ୍ରହଣ କରିନଥିଲା। ତେଣୁ ଚାଷୀମାନେ ଏକାଠି ହୋଇ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଅନେକ ଚାଷୀ ସୋସାଇଟି ସମ୍ପାଦକଙ୍କ ପାଖରେ ନିଜର ବ୍ୟାଙ୍କ ଖାତା, ଚେକ ବହି ରଖି ଦେଉଛନ୍ତି। ଆବଶ୍ୟକ ପଡିଲେ ସମ୍ପାଦକମାନେ ଚାଷିଙ୍କ ଦସ୍ତଖତ ନେଇଥାନ୍ତି। କିନ୍ତୁ ଚାଷୀମାନେ ଦସ୍ତଖତ କେଉଁଠି କାହିଁକି ମାରିଲେ ଅଶିକ୍ଷିତ ହେଉ ଅବା ବିଶ୍ୱାସରେ ଆଉ ଯାଞ୍ଚ କରୁନାହାନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଚାଷିଙ୍କ ନାମରେ ବ୍ୟାଙ୍କରୁ ଟଙ୍କା ଠକି ନେଉଛନ୍ତି ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri