ବଲାଙ୍ଗୀର,୨୧।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ପେଲେସ ଲାଇନ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି । ଅଜଣା ଗାଡ଼ି ଧକ୍କାରେ ୨ ଗାଈଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗାଈ ଗୁରୁତର ଆହତ ହୋଇଛନ୍ତି । ଗାଈ ପୋଲଙ୍କୁ ଗାଡ଼ି ଧକ୍କା ଦେହବା ଫଳରେ ରାସ୍ତା ଉପରେ ଛିଟିକି ପଡିବା ଦୃଶ୍ୟ ବିଚଳିତ କରୁଛି । ଏହାକୁ ନେଇ ବହୁ ଲୋକ ରାସ୍ତା ଉପରକୁ ଆସି ଘଟଣାର ପ୍ରତିବାଦ କରିଛନ୍ତି । ଏହି ରାସ୍ତାରେ ଗାଡି ମଟର ଚଳାଚଳ ବନ୍ଦ ରହିଛି । ପୋଲିସ ଡେରିରେ ପହଞ୍ଚି ଥିବାରୁ ଲୋକେ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।