ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଯୁବକଙ୍କ ବୟସ ଆନୁମାନିକ ୪୫ ବର୍ଷ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଯୁବକ ଜଣଙ୍କ ରେଳଧରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ମୃତ୍ୟୁ ଘଟିଥିବା ଜଣାପଡିଛି।
ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା(ନଂ.୬୦/୨୬ ) ରୁଜୁ କରିଛି। ଏପରିକି ପୋଲିସ ମୃତଦେହ ଜବତ କରି ଏମ୍କେସିଜିରେ ଶବ ସଂରକ୍ଷିତ ଗୃହରେ ରଖିଛି।
ଅନ୍ୟପକ୍ଷେ ଆଙ୍କୁଲି ଓଭର ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତଦେହ ପଢିଥିବା ମେମୋ ଟ୍ରେନରେ ଲୋକ ପାଇଲେଟଠାରୁ ଖବର ପାଇ ଜିଆର୍ପି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ପୋଲିସ ତଦନ୍ତ ପରେ ମୃତଦେହ ଭୋଳାନାଥ ବିଶ୍ୱାଳ(୪୦) ବୋଲି ଜାଣିବାକୁ ପାଇଛି। ମୃତ ଯୁବକଙ୍କ ପକେଟରୁ ୧୩୦୦ ଟଙ୍କା ଓ ନିକଟରେ ଥିବା ତାଙ୍କ ବାଇକ ଜବତ କରିଛି। ମୃତକ ଜଣଙ୍କ ପୋଷ୍ଟାଲ ଏଜେଣ୍ଟରେ କାର୍ଯ୍ୟରତ ଥିବା ବେଳେ ଗତକାଲିଠାରୁ ସେ ନିଖୋଜ ଥିଲେ ବୋଲି ଜଣାପଡିଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୬୧/୨୬) ରୁଜୁ କରିଛି।

