ଦୁର୍ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ଜଳିଗଲେ

କଟକ ସଦର/ରାହାମା, ୧୫ା୨(ଡି.ଏନ.ଏ.): କଟକ-ପାରାଦୀପ ରାସ୍ତାର କନ୍ଦରପୁର ଟୋଲ୍‌ଗେଟ୍‌ରେ ସୋମବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟୋଲ୍‌ଗେଟ୍‌ରେ ଅଟକି ଥିବା ମିକ୍ସର ମେଶିନ୍‌ରେ ଧକ୍କା ହେବା ଫଳରେ ଏକ ବାଇକ୍‌ ଜଳିଯାଇଛି। ଏଥିସହ ୨ ଜଣ ବାଇକ୍‌ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଦା ପଞ୍ଚାୟତ ବାଲିଢି ଗ୍ରାମର ଇଶାନ କୁମାର ସାହୁ(୨୪) ଓ ରାଜେଶ ଦାସ(୨୮)। ଖବରପାଇ କନ୍ଦରପୁର ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଟୋଲ୍‌ଗେଟ୍‌ କର୍ମଚାରୀଙ୍କ ସୂଚନାନୁଯାୟୀ, ଏକ ପିକ୍‌ଅପ୍‌୍‌ ଭ୍ୟାନ୍‌(ନଂ.ଓଡ଼ି୦୨ଏକେ- ୪୬୦୮) ମିକ୍ସର ମେଶିନ ନେଇ କଟକ ଅଭିମୁଖେ ଯାଉଥିଲା। ଗାଡ଼ିଟି ଟୋଲ୍‌ଗେଟ୍‌ ନିକଟରେ ଅଟକି ଥିବାବେଳେ ପଛରୁ ଆସୁଥିବା ବାଇକ୍‌(ନଂ. ଓଡ଼ି୨୧ଏଫ୍‌-୬୬୭୯) ଭାରସାମ୍ୟ ହରାଇ ସେଥିରେ ପିଟି ହୋଇଯାଇଥିଲା। ହଠାତ୍‌ ବାଇକ୍‌ରେ ନିଅଁା ଲାଗିଯିବାରୁ ଇଶାନ ଓ ରାଜେଶ ଜଳି ଯାଇଥିଲେ। ଏସ୍‌ସିବି ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉକ୍ତ ଟୋଲ୍‌ଗେଟ୍‌ରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ନ ଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ କନ୍ଦରପୁର ଥାନାରେ ଏକ ମାମଲା(ନଂ.୨୯/୨୩) ରୁଜୁ ହୋଇଛି।
ଦୁର୍ଘଟଣା ପରେ ପ୍ରଶାସନର ଚେତା ପଶିଲା
କନ୍ଦରପୁର ଟୋଲ୍‌ଗେଟ୍‌ରେ ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିବା ପରେ ପୋଲିସ ଓ ପରିବହନ ବିଭାଗର ଚେତା ପଶିଛି। ମଙ୍ଗଳବାର ସକାଳେ କଟକ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା, ଜଗତ୍‌ସିଂହପୁର ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ, କଟକ ଜୋନ୍‌-୫ ଏସିପି କୃଷ୍ଣଚନ୍ଦ୍ର ସେଠୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ ସୋଲାର ଲାଇଟ ଲାଗିଥିବା, ସିସିଟିଭି ଲାଗି ନ ଥିବା ଆଦି ଦେଖିବା ପରେ ଟୋଲ୍‌ଗେଟ୍‌ ନିଲାମଧାରୀଙ୍କୁ ଡାକି ସ୍ଥାନୀୟ ଥାନାରେ ଏକ ବୈଠକ କରିଥିଲେ। ପୂର୍ତ୍ତ ବିଭାଗ ପକ୍ଷରୁ ଶୁଳ୍କମୁକ୍ତ ଗାଡ଼ି ଯିବା ପାଇଁ ରାସ୍ତା ବ୍ୟବସ୍ଥା କରିବାକୁ ବୈଠକରେ ଥିବା ପରିବହନ ଓ ପୋଲିସ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। କାରଣ ଏହି ବାଟରେ ପ୍ରତିଦିନ ଭିଭିଆଇପିଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀମାନେ ଯାତାୟାତ କରୁଛନ୍ତି। ଶୀଘ୍ର ଏହି ବ୍ୟବସ୍ଥା ନ କଲେ ଜନତାଙ୍କ ହିତ ପାଇଁ ଟୋଲ୍‌ଗେଟ୍‌କୁ ସାମୟିକ ବନ୍ଦ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ଏହି ବୈଠକରେ ଥାନା ଅଧିକାରୀ ବିପିନ ବିହାରୀ ହୋତା,ଏସ୍‌ଆଇ ଅସିତ୍‌ କୁମାର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri