ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ ଯୁକ୍ତ୨ ଉତ୍ତରଖାତା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଏଣିକି ଯୁକ୍ତ୨ ପରୀକ୍ଷାର ଉତ୍ତରଖାତା ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। କେଉଁ ପ୍ରଶ୍ନର ଉତ୍ତରରେ କେତେ ମାର୍କ ପାଇଛନ୍ତି ତାହା ନିଜେ ଛାତ୍ରୀଛାତ୍ର ଦେଖିପାରିବେ। ଏଥିଲାଗି ପୂର୍ବରୁ ଯୋଜନା ହୋଇଥିଲେ ମଧ୍ୟ କରୋନା ଯୋଗୁ ଗତ ୨ବର୍ଷ ହେବ ପରୀକ୍ଷାରେ ସମସ୍ୟା ପାଇଁ ଏହା ଲାଗୁ ହୋଇପାରି ନ ଥିଲା। ତେବେ ଏହି ବ୍ୟବସ୍ଥା ଶୀଘ୍ର ଲାଗୁ ହେବାକୁ ଯାଉଛି। ଅନ୍‌ଲାଇନ୍‌ରେ ଉତ୍ତର ଖାତା ଉପଲବ୍ଧ ହେବା ପରେ ପୂର୍ବରୁ ରେଜଲ୍ଟ ପ୍ରକାଶ ପରେ ପିଲାମାନେ ଯେପରି କମ୍‌ ମାର୍କ ମିଳିଥିବା ଅଭିଯୋଗ କରୁଥିଲେ ଏବଂ ପରିଷଦକୁ ଦୌଡ଼ୁଥିଲେ, ସେପରି ସମସ୍ୟା ଆଉ ରହିବ ନାହିଁ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଉତ୍ତରଖାତା ମୂଲ୍ୟାଙ୍କନ ଶେଷ ହେବା ପରେ ଏବଂ ରେଜଲ୍ଟ ପ୍ରକାଶ ପାଇବାର ଏକ ସପ୍ତାହ ମଧ୍ୟରେ ଏହି ଉତ୍ତରଖାତାକୁ ଅନଲାଇନ୍‌ରେ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କଲେଜକୁ ଏକ ସ୍ବତନ୍ତ୍ର ଆଇଡି ପାସ୍‌ୱାର୍ଡ ଦିଆଯିବ। ସେହି ପାସ୍‌ୱାର୍ଡ ମାଧ୍ୟମରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କ କଲେଜର ପିଲାଙ୍କ ଉତ୍ତରଖାତା ଦେଖିପାରିବେ। ଉତ୍ତରଖାତାକୁ ଛାତ୍ରୀଛାତ୍ର ଯାଞ୍ଚ କରିବା ପରେ ଯଦି କିଛି ଭୁଲ୍‌ ଥିବା ଅଭିଯୋଗ କରନ୍ତି ତେବେ ସେହି ଖାତାର ପୁନଃ ଯାଞ୍ଚ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ସବୁ ଉତ୍ତରଖାତାର ସ୍କାନିଂ କରାଯାଇ ଅନଲାଇନ୍‌ରେ ଅପ୍‌ଲୋଡ କରାଯିବ। ଅନ୍‌ଲାଇନ୍‌ ଲିଙ୍କ୍‌ ମାଧ୍ୟମରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଉତ୍ତରଖାତା ଦେଖିବାର ସୁଯୋଗ ପାଇବେ। ଖାତାରେ ପିଲାମାନେ କିପରି ଲେଖିଛନ୍ତି, କେତେ ମାର୍କ ପାଇଛନ୍ତି ଏବଂ କାହିଁକି ମାର୍କ କମ୍‌ ରହିଛି ସବୁ ତଥ୍ୟ ଅଭିଭାବକ ଜାଣି ପାରିବେ। ଫଳରେ ଅଯଥା ପୁନଃଯାଞ୍ଚରୁ ମୁକ୍ତି ମିଳିବ ଓ ମାର୍କ ବଢ଼ିବ ବୋଲି ଛାତ୍ରୀଛାତ୍ର ଯେଉଁ ଦ୍ୱନ୍ଦ୍ୱରେ ରହୁଥିଲେ ତାହା ଆଉ ରହିବ ନାହିଁ। ଅନେକ ସମୟରେ କମ୍‌ ମାର୍କ ଥିବା ଉତ୍ତରଖାତାରେ ସଂଶୋଧନ ଲାଗି ଅନେକ ସମୟ ଲାଗୁଥିବାବେଳେ ବହୁ ମେଧାବୀ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଥିଲେ। ସେହିପରି କିଛି ଛାତ୍ରୀଛାତ୍ର ଜାଣିଶୁଣି କମ୍‌ ମାର୍କ ଦିଆଯାଉଥିବା ଅଭିଯୋଗ କରୁଥିଲେ। ତେବେ ଅନ୍‌ଲାଇନ୍‌ରେ ଉତ୍ତରଖାତା ଅପ୍‌ଲୋଡ୍‌ କରିବା ପରେ ପିଲାଙ୍କ ପାଖରେ ତାହା କିପରି ପହଞ୍ଚତ୍ବ ସେଥିପାଇଁ କେଉଁ ଆଇଟି କମ୍ପାନୀ ବ୍ୟବସ୍ଥା କରିବ ସେ ନେଇ ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri