ବରୀରେ ୨ ଏଡ୍‌ସ ରୋଗୀ ଚିହ୍ନଟ

ବରୀ,୫ା୩(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳରେ ଶୁକ୍ରବାର ୨ ଏଡ୍‌ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଏକ ଦମ୍ପତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମୁତାବକ, ସଂକ୍ରମିତ ପୁରୁଷ ଜଣଙ୍କ ଦୀର୍ଘଦିନ ଧରି ରାଜ୍ୟ ବାହାରେ ରହୁଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗଁାକୁ ଆସି ଚିକିତ୍ସିତ ହେଉଥିଲେ। ତାଙ୍କର ସମସ୍ତ ପରୀକ୍ଷା ପରେ ଏଡ୍‌ସ ପଜିଟିଭି ଚିହ୍ନଟ ହୋଇଛି। ପରେ ତାଙ୍କ ସ୍ତ୍ରୀଙ୍କ ପରୀକ୍ଷା କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତାଙ୍କର ପରୀକ୍ଷା ପରେ ସେ ମଧ୍ୟ ପଜିଟିଭି ବୋଲି ସୂଚନା ମିଳିଛି। ତେବେ ସଂକ୍ରମିତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ସାମାଜିକ ବାସନ୍ଦ କରିବା ଯୋଗୁ ସେମାନେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ଦିଗରେ ଜନସଚେତନ କରିବାକୁ ବୁଦ୍ଧିଜୀବୀ ମତ ରଖିଛନ୍ତି।