ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଠକେଇ

ଭୁବନେଶ୍ୱର, ୯।୧(ବ୍ୟୁରୋ): ନକଲି ଚେକ୍‌ରେ ବ୍ୟାଙ୍କରୁ ୨.୮୭ କୋଟି ଟଙ୍କା ଉଠାଇ ନେଇଥିବା ଜଣେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେ ହେଲେ ରାଉରକେଲାର ବିଏମ୍‌ପି ଆଣ୍ଡ୍‌ ସନ୍ସ କନଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ବି. ମୂର୍ତ୍ତି ପିଲାଇ। ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାଉରକେଲା ଶାଖାର ମୁଖ୍ୟ ପରିଚାଳକ ଅଞ୍ଜାନି କୁମାର ସିଂ ଆଜାଦଙ୍କ ଲିଖିତ ଅଭିଯୋଗକ୍ରମେ ଇଓଡବ୍ଲ୍ୟୁ ପୂର୍ବରୁ ମାମଲା (ନଂ.୧/୨୦) ରୁଜୁ କରି ତଦନ୍ତ କରୁଥିଲା। ଶୁକ୍ରବାର ଅଭିଯୁକ୍ତ ବି. ମୂର୍ତ୍ତିଙ୍କୁ ଗିରଫ କରି ପଚରାଉଚରା ପରେ ରାଉରକେଲା ପାନପୋଷ ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ବି. ମୂର୍ତ୍ତିଙ୍କର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାଉରକେଲା ଶାଖାରେ କ୍ୟାଶ୍‌ କ୍ରେଡିଟ୍‌ ଆକାଉଣ୍ଟ ରହିଛି। ସେ ନିଜର ବ୍ୟକ୍ତଗତ ଫାଇଦା ପାଇଁ କର୍ନାଟକ ରାଜ୍ୟ ସମବାୟ ମାର୍କେଟିଂ ଫେଡେରେଶନ ଲିମିଟେଡ୍‌ ନାମରେ ୨.୮୭ କୋଟି ଟଙ୍କାର ଏକ ନକଲି ଚେକ୍‌ ପ୍ରସ୍ତୁତ କରିଥିଲେ। ଗତ ନଭେମ୍ବର ୩ରେ ଉକ୍ତ ନକଲି ଚେକ୍‌ ନଂ.୩୮୩୦୫୪ ଜମା କରି ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨.୮୭ କୋଟି ଟଙ୍କା ହାତେଇଥିଲେ। ଉକ୍ତଦିନ ନିଜ ନାମରେ ରହିଥିବା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ୨. ୬କୋଟି ଓ ସମ୍ପର୍କୀୟଙ୍କ ନାମରେ ଥିବା ଆକାଉଣ୍ଟକୁ ଅବଶିଷ୍ଟ ଟଙ୍କା ଟ୍ରାନ୍ସଫର କରିଥିଲେ। ମାତ୍ର ପରେ ବେଙ୍ଗାଲୁର ଏଲ୍‌ସିବି ଶାଖା ସୂଚିତ କରିଥିଲା ଯେ, କର୍ନାଟକ ରାଜ୍ୟ ସମବାୟ ମାର୍କେଟିଂ ଫେଡେରେଶନ ଅଧୀନରେ ଓରିଜନାଲ ଚେକ୍‌ ନଂ. ୩୮୩୦୫୪ ରହିଛି। ଏହାପରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାଉରକେଲା ଶାଖା ପକ୍ଷରୁ ଯାଞ୍ଚପରେ ସମାନ ନମ୍ବରରେ ନକଲି ଚେକ୍‌ ସହ ଦସ୍ତଖତ ଜାଲିଆତି କରି ଉକ୍ତ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ ମୁଖ୍ୟ ପରିଚାଳକ ସିଂ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏବେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri