Posted inଫୁରସତ

ଖେଳରେ ଖେଳରେ ୨.୪୭ ଲକ୍ଷ ଟଙ୍କାର ଖେଳନା ଅର୍ଡର

ୱାଶିଂଟନ୍‌: ବର୍ତ୍ତମାନ ଅନ୍‌ଲାଇନର ଯୁଗ। କୌଣସି ଜିନିଷ କିଣିବାକୁ ହେଲେ ବାହାରକୁ ନ ଯାଇ ସହଜରେ ଘରେ ବସି ଡର କରିଦେଲେ ତାହା ଘରେ ଆସି ପହଞ୍ଚିଯାଉଛି। ହେଲେ ଏହା ବେଳେବେଳେ ଘାତକ ସାବ୍ୟସ୍ତ ହେଉଛି। ନିକଟରେ ଆମେରିକାରେ ଜଣେ ୫ ବର୍ଷୀୟା ଝିଅ ଅନ୍‌ଲାଇନରୁ ଖେଳନା ଏବଂ ବୁଟ୍‌ ଅର୍ଡର କରିଦେଇଛନ୍ତି। ଯାହାର ମୂଲ୍ୟ ୨.୪୭ ଲକ୍ଷ ଟଙ୍କା ହେବ। ରିପୋର୍ଟ ମୁତାବକ, ମା’ ଜେସିକା ନୁନେସ୍‌ କାର୍‌ ଡ୍ରାଇଭିଂ କରି ଘରକୁ ଆସୁଥିଲେ। ସେହି ସମରେ ଝିଅ ଲିଲା ବାରିସ୍କୋ ଜେସିକାଙ୍କ ଫୋନ୍‌ରେ ଖେଳୁଥିଲେ। ପରେ ଜେସିକା ଦେଖିବା ବେଳକୁ ଆମାଜନ୍‌ରୁ ୧୦ ଛୁଆଙ୍କ ଖେଳନା ବାଇକ୍‌, ଏକ ଜିପ୍‌, ୧୦ ବୁଟ୍‌ର ଅର୍ଡର ହୋଇଥିଲା। ସେ ତୁରନ୍ତ ବାଇକ୍‌ର ଅଧା ଅର୍ଡର ରଦ୍ଧ କରିଦେଇଥିଲେ। ହେଲେ ବାକି ଜିନିଷକୁ ରଦ୍ଧ କରିପାରି ନ ଥିଲେ। ଆଉ ସେ ସବୁ ଜିନିଷ ଫେରାଇବାର ମଧ୍ୟ ସୂଚନା ନ ଥିଲା। ତେବେ ଜିପ୍‌ ଏବଂ ବାଇକ୍‌ର ମୂଲ୍ୟ ୨ ଲକ୍ଷ ୬୧ ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ବୁଟ୍‌ର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ଥିଲା। ସେ ତାଙ୍କ ଝିଅକୁ ପଚାରିବାରେ, ସେ ଏକ ବାଏ ନାଓରେ ମାରିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ବିନା ଖାଇବା-ପିଇବାରେ କେତେଦିନ ବଞ୍ଚିପାରିବ ମଣିଷ? ଜାଣନ୍ତୁ ହ୍ୟୁମାନ ବଡ଼ିର କାପାସିଟି…

ମଣିଷ ଶରୀର ଆଶ୍ଚର୍ଯ୍ୟଜନକ ଭାବରେ ସ୍ଥିର, କିନ୍ତୁ ଏହାର କିଛି ବାୟୋଲଜିକାଲ ସୀମା ମଧ୍ୟ ଅଛି। ଖାଦ୍ୟ ଏବଂ ପାଣି ବିନା ବଞ୍ଚିବା ଶରୀର ମସ୍ତିଷ୍କ, ହୃଦୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri