ଏଟିଏମ୍‌ ଭ୍ୟାନ୍‌ରୁ ୨୪ ଲକ୍ଷ ଲୁଟ୍‌, ୩ ଅଟକ

ବ୍ରହ୍ମପୁର ଅଫିସ,୧୯।୮: ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ଏକ ଗାଡ଼ି ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ବୁଧବାର ଦିନ ଦ୍ୱିପ୍ରହରରେ ଅପହରଣ କରାଯାଇଛି। ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବଡ଼ବଜାର ଓ ଗୋଳନ୍ଥରା ଥାନା ପୋଲିସ ଗାଡ଼ି ଓ ଚାଳକଙ୍କୁ ଗିରିସୋଲାରୁ ଉଦ୍ଧାର କରିଛି। ଚାଳକ ଅସୁସ୍ଥ ଥିବାରୁ ତାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତିି କରାଯାଇଛି।
ଏଜିଏସ୍‌ କମ୍ପାନୀର ଗାଡ଼ି (ନଂ ଓଡି୦୨ବିଡି-୮୮୧୬) ବୁଧବାର ସକାଳେ ୨୬ ଲକ୍ଷ ଟଙ୍କା ନେଇ ବ୍ରହ୍ମପୁର ସହରର ବିଭିନ୍ନ ଏଟିଏମ୍‌ରେ ଭର୍ତ୍ତି କରିବାକୁ ଯାଇଥିଲା। ସେହି ଗାଡ଼ିରେ ଚାଳକ ଆଶିଷ ଦିଗାଲଙ୍କ ସହ ସୁରକ୍ଷା କର୍ମୀଙ୍କୁ ମିଶାଇ ମୋଟ ୪ ଜଣ ଥିଲେ। ଗାଡ଼ିଟି ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଭର୍ତ୍ତିି କରି ସାରିବା ପରେ ଆସିକା ରୋଡ୍‌ରେ ଥିବା ଆକ୍ସିସ୍‌ ବ୍ୟାଙ୍କ ଏଟିଏମ୍‌କୁ ଯାଇଥିଲା। ସେଠାରେ ପହଞ୍ଚତ୍ବା ପରେ ଗାଡ଼ି ଚାଳକ ବାହାରେ ଅପେକ୍ଷା କରିଥିବା ବେଳେ ୨ କର୍ମଚାରୀ ଓ ସୁରକ୍ଷା କର୍ମୀ ଏଟିଏମ୍‌ ଭିତରକୁ ଯାଇଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ଡ୍ରାଇଭର ଆଶିଷଙ୍କ ପାଖରେ ପହଞ୍ଚତ୍ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିଥିଲେ। ପରେ ସେମାନେ ଗାଡ଼ିଟିକୁ ଅପହରଣ କରି ଗିରିସୋଲାକୁ ନେଇ ଯାଇଥିଲେ। ସେଠାରେ ଚାଳକଙ୍କ ମୁହଁରେ କୌଣସି ନିଶାଦ୍ରବ୍ୟ ସ୍ପ୍ରେ କରି ୨୪ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଅନ୍ୟମାନେ ବ୍ୟାଙ୍କରୁ ଫେରି ଗାଡ଼ି ଓ ଡ୍ରାଇଭରଙ୍କୁ ନ ପାଇ ବଡ଼ବଜାର ଥାନାକୁ ଜଣାଇଥିଲେ। ଗାଡ଼ି ଓ ଡ୍ରାଇଭରଙ୍କୁ ଧରିବାକୁ ପୋଲିସ ଲୋକେଶନ ଟ୍ରାକିଂ କରିଥିଲା। ପରେ ଗୋଳନ୍ଥରା ଥାନା ପୋଲିସ ଗିରିସୋଲା ନିକଟରୁ ଗାଡ଼ିକୁ ଠାବ କରିଥିଲା। ଗାଡିରେ ଥିବା ଚାଳକ ଅଚେତ ଅବସ୍ଥାରେ ପଡ଼ିରହିଥିବା ବେଳେ ୨୪ ଲକ୍ଷ ଟଙ୍କା ନ ଥିବା ଜଣାପଡ଼ିଥିଲା। ଚାଳକ ଆଶିଷଙ୍କ ଚେତା ଫେରିବା ପରେ ସେ ଘଟଣା ସମ୍ପର୍କରେ ସମସ୍ତ ସୂଚନା ଦେଇଥିଲେ। ଗାଡ଼ି ଭିତରେ ଥିବା କମ୍ପାନୀର ୩ କର୍ମଚାରୀଙ୍କୁ ବଡ଼ବଜାର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଏପଟେ ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସର ସ୍ବତନ୍ତ୍ର ଟିମ୍‌ ତନାଘନା ଚଳାଇଛି।
ଏନେଇ ବ୍ରହ୍ମପୁର ଏସ୍‌ଡିପିଓଙ୍କୁ ପଚାରିବାରୁ ଅଭିଯୋଗ ପରେ ଅପହରଣ ହୋଇଥିବା ଗାଡ଼ି ଜବତ କରିବା ସହ ଡ୍ରାଇଭରଙ୍କୁ ଉଦ୍ଧାର କରିଛୁ। ଥାନାରେ ଏବେ ୩ଜଣଙ୍କୁ ଅଟକ ରଖାଯାଇଛି। ଡ୍ରାଇଭର ସାମାନ୍ୟ ଅସୁସ୍ଥ ଥିବାରୁ ସେ ଏବେ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେ ସୁସ୍ଥ ହେବା ପରେ ତାଙ୍କ ବୟାନକୁ ଆଧାର କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri