ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୨୩,୮୪୩ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୨ ଏବଂ କଟକରୁ ୨୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ନୟାଗଡ଼ରୁ ୧୫, ବରଗଡ଼ ୧୨, ବାଲେଶ୍ୱର ୧୧, ରାୟଗଡ଼ା ୬, ଭଦ୍ରକ ୫, ଜଗତସିଂହପୁର ୫, ଯାଜପୁର ୫, କେନ୍ଦୁଝର ୫, ମୟୂରଭଞ୍ଜ ୫, କେନ୍ଦ୍ରାପଡ଼ା ୪, ସୋନପୁର ୪, ବଲାଙ୍ଗୀର ୩, ଗଜପତି ୩, ଗଞ୍ଜାମ ୩, ନୂଆପଡ଼ା ୩, ନବରଙ୍ଗପୁର ୨, ଝାରସୁଗୁଡ଼ା ଏବଂ କଳାହାଣ୍ଡିରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୯।