Posted inଜାତୀୟ

ଅବିଶ୍ୱାସୀ ଚାଇନା, ଭାଇରାଲ ହେଉଛି ୧୯୬୨ର ହେଡ୍‌ ଲାଇନ୍ସ: ପଛକୁ ଘୁଞ୍ଚିବା ପରେ ବି ସାବଧାନ ସେନା

ନୂଆଦିଲ୍ଲୀ,୭।୭: ଗତ ମେ’ ମାସରୁ ଭାରତ-ଚାଇନା ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତୁତୁମେମେ ଚାଲିଥିବା ବେଳେ ନିକଟରେ ଚାଇନା ସେନା ଗଲଓ୍ବାନ ଘାଟିରୁ କିଛି କିଲୋମିଟର ପଛକୁ ଘୁଞ୍ଚି ଯାଇଥିବା ଖବର ରହିଛି। ହେଲେ ଏବେ ୧୫ ଜୁଲାଇ, ୧୯୬୨ ମସିହାରେ ପ୍ରକାଶିତ ଏକ ଖବର କାଗଜର ହେଡ୍‌ ଲାଇନ୍ସ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଡ ଲାଇନ୍ସଟି ହେଉଛି, ‘Chinese Troops Withdraw from Galwan Post’ ଅର୍ଥାତ୍‌ ଚାଇନା ସେନା ଗଲଓ୍ବାନ ପୋଷ୍ଟଠାରୁ ପଛକୁ ଚାଲିଯାଇଛନ୍ତି। ହେଲେ ଏବେ ଚାଇନା ସେନା ସମାନ ଢଙ୍ଗରେ ପଛକୁ ଘୁଞ୍ଚି ଯାଇଥିବା ବେଳେ ଭାରତୀୟ ସେନା କିନ୍ତୁ ଏ ସମ୍ପର୍କରେ କୌଣସି ତଥ୍ୟ ଦେବାକୁ ସାମାନ୍ୟ କୁଣ୍ଠାବୋଧ କରୁଥିବା ଦେଖାଯାଇଛି। ତେବେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ଚାଇନା ପଛକୁ ଘୁଞ୍ଚିବା ଏକ ଛୋଟିଆ କଥା। ତେଣୁ ଆମକୁ ସବୁ ପରିସ୍ଥିତିରେ ସଜାଗ ରହିବାକୁ ପଡିବ। କାରଣ ଚାଇନା ଉପରେ ବିଶ୍ୱାସ କରାଯାଇ ନ ପାରେ। ଏହାର ଆଉ ଏକ କାରଣ ୧୫ ଜୁଲାଇ, ୧୯୬୨ରେ ଟାଇମ୍ସ ଅଫ୍‌ ଇଣ୍ଡିଆର ରବିବାର ଖବର କାଗଜର ଶୀର୍ଷକ। କାରଣ ଏହାର ଠିକ୍‌ ୯୬ ଦିନ ପରେ ଅର୍ଥାତ୍‌ ୨୦ ଅକ୍ଟୋବରରେ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତାହାପୁଣି ଗଲଓ୍ବାନ ଘାଟିରେ। ସୂଚନାଯୋଗ୍ୟ, ଜୁଲାଇ ୧୫, ୧୯୬୨ରେ ଉକ୍ତ ଖବର କାଗଜର ଏକ ରିପୋର୍ଟରେ ଦାବି କରାଯାଇଥିଲା କି ଗଲଓ୍ବାନ ପୋଷ୍ଟରେ ଚାଇନା ସେନା ୨୦୦ ମିଟର ପଛକୁ ଘୁଞ୍ଚି ଯାଇଛନ୍ତି। ହେଲେ ଏହାପରେ ସେ ପୁଣି ଫେରି ଆସିଥିଲେ ଓ ଭାରତ-ଚାଇନା ମଧ୍ୟରେ ଯୁଦ୍ଧ ହୋଇଥିଲା। ନାୟକ ସୁବେଦାର ଜଙ୍ଗ ବାହାଦୂରଙ୍କ ନେତୃତ୍ୱରେ ଗୋରଖାମାନେ ସେମାନଙ୍କ ସ୍ଥାନ ଛାଡି ନ ଥିଲେ ଓ ଏହା ଭାରତୀୟ ସେନା ଇତିହାସରେ କିମ୍ବଦନ୍ତୀ ପାଲଟି ଯାଇଥିଲା। ଏଥିରେ ପାଖାପାଖି ୩୬ ଭାରତୀୟ ଯବାନ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri