ଆଜି ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୪ ଶିଶୁ

ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୯୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୮୩୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୮୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୪ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୭ ଏବଂ ସମ୍ବଲପୁରରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ଭଦ୍ରକ ୩, ଦେବଗଡ଼ ୩, ଗଜପତି ୨, ଜଗତସିଂହପୁର ୪, ଯାଜପୁର ୩, ଝାରସୁଗୁଡ଼ା ୪, କେନ୍ଦ୍ରାପଡ଼ା ୩, ମୟୂରଭଞ୍ଜ ୩, ନୟାଗଡ଼ ୧, ପୁରୀ ୨, ରାୟଗଡ଼ା ୧, ସମ୍ବଲପୁର ୮, ସୋନପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୨,୮୩୪ରେ ପହଞ୍ଚିଥିବା ବେଳେ ୧୦,୪୨,୪୪୩ଜଣ ସୁସ୍ଥ ହୋଇଛନ୍ତି। ୧୮୯୪ଜଣ ଚିକିିତ୍ସିତ ହେଉଛନ୍ତି।