ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୬।୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି। ଆଜି ଆଉ ୧୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁସଂଖ୍ୟା ୮,୯୪୫କୁ ବୃଦ୍ଧି ପାଇଛି।

ଆଜି ବାଲେଶ୍ୱର ଜିଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୫, ନୂଆପଡା ଜିଲାରୁ ୩ ଜଣ ଅଛନ୍ତି। ସେହିପରି ଗଞ୍ଜାମ, କେନ୍ଦ୍ରାପଡା ଓ କେନ୍ଦୁଝର, ସୁବର୍ଣ୍ଣପୁର ଏବଂ ନୟାଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।