ଆଜି ରାଜ୍ୟରୁ ୧୮୯ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୨୫ ଶିଶୁ

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରବିବାର ରାଜ୍ୟରୁ ୧୮୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୦,୨୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୭୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨୫ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୪, ମୟୂରଭଞ୍ଜରୁ ୧୩, ସୁନ୍ଦରଗଡ଼ର ଏବଂ ସମ୍ବଲପୁରରୁ ୧୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୩, ବରଗଡ଼ ୧, ଭଦ୍ରକ ୧, କଟକ ୯, ଦେବଗଡ଼ ୨, ଢେଙ୍କାନାଳ ୩, ଗଜପତି ୨, ଗଞ୍ଜାମ ୩, ଜଗତସିଂହପୁର ୨, ଝାରସୁଗୁଡ଼ା ୨, କେନ୍ଦ୍ରାପଡ଼ା ୩, ପୁରୀରୁ ୨ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୯।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୦,୨୪୯ରେ ପହଞ୍ଚିଥିବା ବେଳେ ୧୦,୩୯,୪୬୧ଜଣ ସୁସ୍ଥ ହୋଇଛନ୍ତି। ୨୩୧୩ ଜଣ ଚିକିିତ୍ସିତ ହେଉଛନ୍ତି।