ଆଜି ରାଜଧାନୀରୁ ୧୮୨ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୭୬

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୧୮୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୪ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୩୮ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ରାଜଧାନୀରୁ ଆଉ ୨୭୬ ଜଣ ସୁସ୍ଥ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରୁ ବର୍ତ୍ତମାନ ସୁଦ୍ଧା ୨୮,୪୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫,୮୯୫ ଜଣ ସୁସ୍ଥ ହୋଇଛନ୍ତି। ୨୪୧୫ ଜଣ ଚିକିତ୍ସିତ ହେଉଛନ୍ତି। ୧୫୦ ଜଣଙ୍କ ମୃତ୍ୟୁ ଘଟିଛି।