ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ

ବଲାଙ୍ଗୀର ଅଫିସ, ୧୨ା୨ – ବଲାଙ୍ଗୀର ଜିଲା ଶିକ୍ଷା ଅଧିକାରୀ ଅଫିସ ସମ୍ମିଳନୀ କକ୍ଷରେ ମଙ୍ଗଳବାର ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ା ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦାନ କରି ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଅ ନାହିଁ ବୋଲି ପ୍ରଧାନଶିକ୍ଷକମାନଙ୍କୁ କହିଥିଲେ ା ସରକାରୀ ସ୍କୁଲଗୁଡିକରେ ତାଲିମପ୍ରାପ୍ତ, ଦକ୍ଷତା ସମ୍ପନ୍ନ ଶିକ୍ଷୟିତ୍ରୀ ଓ ଶିକ୍ଷକ ରହିଛନ୍ତି ା ଘରୋଇ ଶିକ୍ଷାନୁଷ୍ଠାନଠାରୁ ଢ଼େର ଅଧିକ ଭିତ୍ତିିଭୂମି ସରକାରୀ ସ୍କୁଲରେ ରହିଛି ା ଖାଲି ଏତିକି ନୁହେଁ, ମେଧାବୀ ଛାତ୍ରୀଛାତ୍ରଙ୍କ ସଂଖ୍ୟା ମଧ୍ୟ ସରକାରୀ ସ୍କୁଲରେ କମ୍‌ ନାହିଁ ା ଆମେ ଏବେ ନୂଆ ପରୀକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରୁଛୁ। ପାଠ୍ୟାଖସଡା ସହ ଢ଼ାଞ୍ଚାଗତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଛି ା ଜିଲାର ଶିକ୍ଷକମାନେ ସେମାନଙ୍କ ସମସ୍ତ ଅଭିଜ୍ଞତା, ଅନୁଭୂତି ଓ ଜ୍ଞାନଗାରିମା ପ୍ରୟୋଗ କରି ଗୁଣାତ୍ମକ ଶିକ୍ଷାର ବିକାଶ ସହ ନିଷ୍ଠାପର ଉଦ୍ୟମ କରି ଉତ୍ତମ ଛାତ୍ରୀଛାତ୍ର ଗଠନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ମନ୍ତ୍ରୀ ଦାଶ ଆହ୍ବାନ ଦେଇଥିଲେ ା ମନ୍ତ୍ରୀ ଦାଶ ବଲାଙ୍ଗୀର ଜିଲାର ଶିକ୍ଷାକ୍ଷେତ୍ରରେ ଦେଖାଯାଉଥିବା ଉନ୍ନତି, ଶିକ୍ଷକଙ୍କ ନିଷ୍ଠା ଓ ତପତ୍ରତାରେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଜିଲାକୁ ଶିକ୍ଷାକ୍ଷେତ୍ରରେ ଏକ ଆଗୁଆ ଜିଲା ଭାବେ ଗଢ଼ି ତୋଳିବାକୁ ଆହ୍ବାନ ଜଣାଇଥିଲେ ା
ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଧାନଶିକ୍ଷକ ସମ୍ମିଳନୀରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଜିଲା ପରିଷଦ ଅଧ୍ୟକ୍ଷ ଭାରତୀ ମହାନନ୍ଦ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଜିଲାପାଳ ଅରିନ୍ଦମ ଡାକୁଆ ମଞ୍ଚାସୀନ ଥିଲେ ା ସର୍ବପ୍ରଥମେ ଡିଇଓ ବେହେରା ଜିଲା ଶିକ୍ଷାବ୍ୟବସ୍ଥା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ ା ଆସନ୍ତା ୧୯ ତାରିଖଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ୧୫ଟି ନୋଡାଲ ପ୍ରଶ୍ନପତ୍ର ହବ୍‌ ସେଣ୍ଟର ହେବ ା ୫୫ଟି ପରୀକ୍ଷା କେନ୍ଦ୍ର ବା ସ୍କୁଲରେ ସିସିଟିଭି ଲାଗିବ ା ଜିଲାର ସମୁଦାୟ ୨୪ ହଜାର ୪୫୪ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସେ ସୂଚନା ଦେଇଥିଲେ ା ପ୍ରଧାନଶିକ୍ଷକ ସମ୍ମିଳନୀରେ ଜିଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ହେବା ପରେ ଅତିଥିମାନେ ବକ୍ତବ୍ୟ ରଖି ଜିଲାର ସ୍କୁଲଗୁଡିକର ଦୁଃସ୍ଥିତି, ଶିକ୍ଷକ ଅଭାବଜନିତ ସମସ୍ୟା, କ୍ରୀଡା ଓ ଖେଳପଡିଆର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା ା ବିଭିନ୍ନ ସ୍କୁଲରେ ଟଏଲେଟ୍‌, ପାଣି ବ୍ୟବସ୍ଥା ନଥିବା ନେଇ ଆଲୋଚନା ହୋଇଥିଲା ା ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ ସରକାରୀ ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢ଼ିବା କଥା ମନେ ପକାଇଥିଲେ ା ପୃଥ୍ବୀରାଜ ହାଇସ୍କୁଲକୁ ସରକାର ଏକ ଉନ୍ନତ ସ୍କୁଲ ପରିଣତ କରିବା ପାଇଁ ଚୟନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ୍‌ ପ୍ରଦାନ କରିଥିଲେ ା ବିଧାୟକ ଡ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ ସେ ମଧ୍ୟ ସରକାରୀ ସ୍କୁଲରେ ପଡିଥିବା କଥା କହି ତାଙ୍କ ନିର୍ବାଚନ ମଣ୍ଡଳୀରେ ଅନେକ ସ୍କୁଲରେ ସରକାରୀ ବ୍ୟବସ୍ଥା ସତ୍ତ୍ୱେ ଟଏଲେଟ୍‌ ଓ ପାଣି ବ୍ୟବସ୍ଥା ନଥିବାରୁ ଏହାର ଭିଜିଲାନ୍ସ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଥିଲେ ା ବିଧାୟକ ମେହେର ତାଙ୍କ ବକ୍ତବ୍ୟରେ ସେ ମଧ୍ୟ ସରକାରୀ ସ୍କୁଲରେ ପାଠ ପଢ଼ିଥିବା କଥା କହି ଶିକ୍ଷାର ଉନ୍ନତି ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ା ଜିଲାପାଳ ଡାକୁଆ ନିଜେ ସରକାରୀ ସ୍କୁଲରେ ପାଠ ପଢ଼ି ସର୍ବଭାରତୀୟ ସ୍ତରର ପରୀକ୍ଷାରେ ଅଂଶଗ୍ରହଣ କଲାବେଳେ କୌଣସି ଗୁଣରେ ସେ କମ୍‌ ଜ୍ଞାନ ଅର୍ଜନ କରିଥିବା ଅନୁଭବ କରି ନ ଥିଲେ କହି ସରକାରୀ ସ୍କୁଲ ବହୁ ଗୁଣରେ ଆଗୁଆ ବୋଲି କହିଥିଲେ ା ଶେଷରେ ପୁଇଁତଲା ବ୍ଳକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ା ଏହି ପ୍ରଧାନ ଶିକ୍ଷକ ସମ୍ମିଳନୀରେ ଜିଲାର ପ୍ରାୟ ୪ ଶହ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ, ୧୪ଟି ବ୍ଳକର ବିଇଓ, ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ ା