କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ

କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ସୂଚନା ଦେଇଛି। ଉଭୟ ସୀମା ତନଖି କାର୍ଯ୍ୟରେ ନିୟୋଜିତ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଆର୍‌ଟିଓର ୧୮ ଜଣ ଅଧିକାରୀ, କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରେ ୧୦ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟମାନଙ୍କ ଚିକିତ୍ସା ଚାଲିଥିବା ଏସ୍‌ଟିଏ ସୂତ୍ରରୁ ଜଣାପଡ଼ିଛି। ଜୁଲାଇ ୭ରେ ଭୁବନେଶ୍ୱର ଆର୍‌ଟିଓର ୩ ଜଣ ଓ ୮ରେ ଜଣେ ଚିହ୍ନଟ ହୋଇଥିଲେ। ଜୁଲାଇ ୧୦ରେ ବାଲେଶ୍ୱରରୁ ଜଣେ, ୧୫ରେ ଭୁବନେଶ୍ୱରରୁ ଜଣେ ଓ ବାଲେଶ୍ୱରରୁ ୨ଜଣ, ୧୬ରେ ମାଲକାନଗିରିରୁ ଜଣେ, ୨୩ରେ ଭଞ୍ଜନଗର ଓ ଗଜପତିରୁ ଜଣେ ଲେଖାଏ ଏବଂ ୨୭ ତାରିଖରେ ଗଞ୍ଜାମ ଆର୍‌ଟିଓରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।