ଆମପାଣିଠାରେ ଅବକାରୀ ପୋଲିସର ଚଢ଼ାଉ: ୧୮ ଲିଟର ଦେଶୀ ହାତରନ୍ଧା ମଦ, ଜଣେ ଗିରଫ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ମଙ୍ଗଳବାର ଆମପାଣିଠାରେ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ହେଲେ ଆମପାଣିର ରିକ୍ଷୀରାମ ମାଝୀ। ତାଙ୍କଠାରୁ ୧୮ ଲିଟର ଦେଶୀ ହାତରନ୍ଧା ମଦ ଜବତ କରାଯାଇଛି ଏବଂ ରିକ୍ଷିରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉ ସମୟରେ ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ସମେତ ଇନ୍ସପେକ୍ଟର ଅରୁଣ ଯୋଷୀ, ଓଆଇସି ସୁରେଶ ଭୋଇ, ଖୁସିଦେବ କଟା, ମହାଦେବ ମାଝୀ, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡାମାଝୀ, କିର୍ତ୍ତୀ ଜେନା ପ୍ରମୁଖ କର୍ମଚାରୀ ସାମିଲ ଥିଲେ।

Dharitri – Odisha’s No.1 Odia Daily

Share