ଭାଜପାର ୫ମ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୧୮, ଅପେକ୍ଷାରେ କଟକ, ଯାଜପୁର, କନ୍ଧମାଳ

ନୂଆଦିଲ୍ଲୀ,୨୪।୩: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ରବିବାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ମୋଟ ୧୧୧ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଓଡ଼ିଶାର ୧୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ କଟକ, ଯାଜପୁର ଓ କନ୍ଧମାଳ ଆସନରେ ଦଳ କାହାର ନାମ ଘୋଷଣା କରିନାହିଁ। ତେବେ ଏଥର ୬ଟି ଆସନରେ ପ୍ରାର୍ଥୀ ବଦଳ କରାଯାଇଛି।
ଅନ୍ୟପକ୍ଷେ ତାଲିକା ପ୍ରକାଶ ପରେ ଓଡ଼ିଶାର ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏବେ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ଲୋକ ସଭା ଆସନ ଉପରେ ସଭିଙ୍କ ନଜର ରହିଛି।

Share