୧୭ରୁ ଆଞ୍ଚଳିକ କଳିଙ୍ଗ ହର୍ବାଲ୍‌ ମେଳା

ରାଉରକେଲା ଅଫିସ,୮ା୧୧: ଆସନ୍ତା ୧୭ ତାରିଖରୁ ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପଡିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଅନୁଷ୍ଠିତ ହେବ। ଏହି ମେଳା ରାଉରକେଲା ବନଖଣ୍ଡ ଓ ରାଜ୍ୟ ଔଷଧୀୟ ବୃକ୍ଷ ପରିଷଦ ପକ୍ଷରୁ ମିଳିତ ଭାବେ ଆୟୋଜିତ ହେବ ବୋଲି ପାନପୋଷ ସ୍ଥିତ ରାଉରକେଲା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଡିଏଫ୍‌ଓ ଯଶୋବନ୍ତ ସେଠୀ ସୂଚନା ଦେଇଛନ୍ତି।
ଡିଏଫ୍‌ଓ ସେଠୀ କହିଥିଲେ, ଏହି ମେଳାରେ ଓଡିଶାର ୩୦ଟି ଜିଲାରୁ ହର୍ବାଲ ଓ ଆର୍ୟୁବେଦ ବୈଦ୍ୟମାନେ ଯୋଗଦେଇ ପ୍ରାକୃତିକ ଚିକିତ୍ସାର ମହତ୍ତ୍ୱ ଓ ଉପକାରିତା ଉପରେ ଅବଗତ କରାଇବେ। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୬୦ ଜଣ ପଞ୍ଜୀକରଣ କରିସାରିଥିବାବେଳେ ସମୁଦାୟ ୮୦ଟି ଷ୍ଟଲ୍‌ ବସିବ। ହର୍ବାଲ୍‌ ଓ ଔଷଧୀୟ ଗଛର ଚାଷ ଉପରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବ। ଏହାସହିତ ମେଳାରେ ସ୍ବଂୟ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି, ଔଷଧୀୟ ବୃକ୍ଷ ବିତରକ, ସରକାରୀ ଓ ବେସରକାରୀ ସଂସ୍ଥାମାନେ ପ୍ରତିନଧିତ୍ୱ କରିବେ। ପ୍ରଥମ ଥରପାଇଁ ଅର୍ଗାନିକ ଫୁଡ୍‌ ବ୍ୟବସ୍ଥା କରାଯିବ। ବୈଦ୍ୟମାନେ ମାଗଣାରେ ବିଭିନ୍ନ ରୋଗ ଉପରେ ପରାମର୍ଶ ଦେବେ। ଏହି ୫ ଦିନିଆ ମେଳାରେ ବିଭିନ୍ନ ଔଷଧୀୟ ଗଛ ସାଙ୍ଗକୁ, ଜଡିବୁଟି ଚିକିତ୍ସା ପଦ୍ଧତି ଓ ହର୍ବାଲ ସଚେତନତା ପାଇଁ ଏକ ଡିସ୍‌ପ୍ଲେ କରାଯିବ। ଏହାସହ ଓଡିଶାର ପାରମ୍ପପାରିକ ନୃତ୍ୟ ଓ କଳା ପରିବେଷଣ କରାଯିବ ବୋଲି ଡିଏଫ୍‌ଓ ସେଠୀ ଖବରଦାତା ସମ୍ମିଳନୀରେ କହିଥିଲେ। ଏସିଏଫ୍‌ଓ ସୌମ୍ୟରଞ୍ଜନ ଗୋଚ୍ଛାୟତ, ସଲବିନ୍ଦର ସିଂ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri