୩ ବର୍ଷରେ ୧୭ ୭୫୮ ଆତ୍ମହତ୍ୟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୯: ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ୩ ବର୍ଷରେ ମୋଟ ୧୭ ହଜାର ୭୫୮ ଆତ୍ମହତ୍ୟା ମାମଲା ପଞ୍ଜୀକୃତ ହୋଇଛି। ୨୦୨୧ରୁ ୨୦୨୩ ମଧ୍ୟର ତଥ୍ୟ ମୁଖ୍ୟମନ୍ତ୍ରୀ ଦେଇଥିଲେ। ୩ ବର୍ଷରେ ୨୬୩ ଛାତ୍ରୀ, ୨୧୮ ଛାତ୍ର ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୩ ବର୍ଷରେ ୪ ଚାଷୀ ଆତ୍ମହତ୍ୟା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ, ବିଧାନସଭା ଆରମ୍ଭରେ ସୋମବାର ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହୋହଲ୍ଲା ହୋଇଥିଲା। ସୁଭଦ୍ରା ଯୋଜନାରେ ପ୍ରତିଶ୍ରୁତି ପାଳନ ହୋଇ ନ ଥିବା ଅଭିଯୋଗରେ ଏହି ହୋହଲ୍ଲା ଦେଖିବାକୁ ମିଳିଥିଲା। ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବାକୁ ଦାବି କରି ପ୍ରଥମେ ଗୃହରେ ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ପରେ କଂଗ୍ରେସ ବିଧାୟକମାନେ ମଧ୍ୟ ବିଜେଡି ସଦସ୍ୟମାନଙ୍କ ସହ ନାରାବାଜୀ କରିଥିଲେ।

ଆଜି ବିଧାନସଭା ଆରମ୍ଭରେ ଦିବଙ୍ଗତ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ପ୍ରକାଶ କରିଥିଲେ। ତାପରେ ତାଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଯଜ୍ଞନାରାୟଣଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା: ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଭାବେ ନିଯୁକ୍ତି

ପୁରୁଷୋତ୍ତମପୁର,୧୫।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳର ଭାଜପାର ବରିଷ୍ଠ ନେତା ଯଜ୍ଞନାରାୟଣ ଦାଶଙ୍କ ଉପରେ ଆସ୍ଥାପ୍ରକଟ କଲା ଭାଜପା। ଭାଜପା ପୁଣି ଗୁରୁଦାଇୟିତ୍ୱ ଦେଇ ସାନଖେମୁଣ୍ଡି…

ଇଚ୍ଛାମୃତ୍ୟୁ ପାଇଁ ଅନୁମତି: ଔଷଧି ଧରି ଆସିଲେ ବାବା, ଦାବି କଲେ ହରିଶଙ୍କୁ ସୁସ୍ଥ କରିବେ, ଛଅ ଘଣ୍ଟା ଧରି ଫାଟକରେ ଅପେକ୍ଷା କଲେ

ଗାଜିଆବାଦ,୧୪।୩: ରାଜସ୍ଥାନର ଭିଲୱାଡ଼ାର ବାସିନ୍ଦା ସ୍ବାମୀ ଅଖଣ୍ଡାନନ୍ଦ ଶୁକ୍ରବାର ହରିଶ ରାଣାଙ୍କୁ ଭେଟିବା ପାଇଁ ରାଜ ଏମ୍ପାୟାର ସୋସାଇଟିରେ ପହଞ୍ଚିଥିଲେ। ସେ ଦାବି କରିଥିଲେ ଯେ ସେ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ: ସେନା ପଠାଇବ ଚାଇନା, ଥରିଲାଣି ଆମେରିକା!

ନୂଆଦିଲ୍ଲୀ,୧୫।୩: ଆମେରିକା ବର୍ତ୍ତମାନ ଇରାନ ସହିତ ଯୁଦ୍ଧକୁ ଜୋରଦାର କରିଛି। ଏହି ସଂଘର୍ଷ 15 ଦିନ ଧରି ଚାଲିଛି। ଆମେରିକା ଦ୍ରୁତ ଗତିରେ ପଶ୍ଚିମ ଏସିଆ ଆଡକୁ…

ପାକିସ୍ତାନ-ବାଂଲାଦେଶକୁ ଟାର୍ଗେଟ କରିଥିଲେ ଜୟ ଶାହା? କହିଛନ୍ତି: ‘କୌଣସି ଦଳ ଅନୁଷ୍ଠାନଠାରୁ ବଡ଼ ନୁହେଁ…’

ନୂଆଦିଲ୍ଲୀ,୧୪।୩: ICC ସଭାପତି ଜୟ ଶାହା ସ୍ପଷ୍ଟ ଭାବରେ ନାମ ନ ନେଇ ପାକିସ୍ତାନ ଏବଂ ବାଂଲାଦେଶ ଉପରେ କଟାକ୍ଷ କରି କହିଛନ୍ତି ଯେ କୌଣସି ଗୋଟିଏ…

ଏହି ପନିପରିବା, ଫଳକୁ ଏକାଠି ରଖୁଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା କ’ଣ ଘଟେ…

ଲୋକମାନେ ପ୍ରାୟତଃ ବଜାରରୁ ବହୁ ପରିମାଣର ଫଳ ଏବଂ ପନିପରିବା କିଣି କିଛି ଦିନ ପାଇଁ ଫ୍ରିଜରେ ରଖନ୍ତି। କିଛି ଦିନ ମଧ୍ୟରେ ସେଗୁଡ଼ିକ ନଷ୍ଟ ହୋଇଯାଏ।…

ବରଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିଲ୍‌ କୋର୍ଟ ପରିସରରେ ଜିଲା ଓ…

ଘୋଷଣା ହେବ ଆସାମ, ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟର ନିର୍ବାଚନ ତାରିଖ! ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ,୧୫।୩: ରବିବାର ସାରେ ଦିଲ୍ଲୀର ବିଜ୍ଞାନ ଭବନରେ ଭାରତୀୟ ନିର୍ବାଚନ କମିଶନ (ECI) ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମ ସମୟରେ ପାଞ୍ଚଟି…

କାଳ ବୈଶାଖୀର ପ୍ରଭାବରେ ଆଜବେଷ୍ଟସ ଉଡିବା ଘଟଣା: ରାଜସୱ ନିରୀକ୍ଷକ କଲେ କ୍ଷୟକ୍ଷତି ଆକଳନ

ଦାରିଙ୍ଗବାଡି,୧୫।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡି ଗ୍ରାମରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ପ୍ରଭାବରେ ଗୋଷ୍ଠୀ ଗୃହ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri