ବିଜ୍ଞାନ ପରୀକ୍ଷାରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ

କଟକ ଅଫିସ,୧୭ା୩:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାର ଗୁରୁବାର ଛାତ୍ରୀଛାତ୍ର ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ତେବେ ଏହି ପରୀକ୍ଷାରେ ରାଜ୍ୟରେ ୧୭,୬୬୧ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ଜଣାପଡିଛି। ସେଥିମଧ୍ୟରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୧୬,୪୯୫, ସଂସ୍କୃତ ମଧ୍ୟମାରେ ୫୦୫ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୬୬୧ ପରୀକ୍ଷାର୍ଥୀ ଅଛନ୍ତି। ତେବେ ତୃତୀୟ ଭାଷା ବିଷୟରେ ମୋଟ ୫ ଲକ୍ଷ ୩୯ ହଜାର ୩୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ଲକ୍ଷ ୨୧ ହଜାର ୬୭୯ ଜଣ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ୪୧ଜଣ କପି କରି ଧରାପଡିଥିବା ବୋର୍ଡ ପକ୍ଷରୁ ସୂଚନା ମିଳିଛି।