ଗଞ୍ଜାମରେ ୧୭୪୪୮ ଆକ୍ରାନ୍ତ

ବ୍ରହ୍ମପୁର ଅଫିସ,(ସୁବାସ ପାଢ଼ୀ)୧ା୧୨ଏଡ୍‌ସ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ନାନା ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନର ରହିଥିବା ନ୍ୟାଶନାଲ ଏଡ୍‌ସ କଣ୍ଟ୍ରୋଲ ସୋସାଇଟି(ନାକୋ) ତରଫରୁ ବହୁ ଯୋଜନା ହାତକୁ ନିଆଯାଇଛି। ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସୋସାଇଟି ତରଫରୁ ରୋଗୀଙ୍କ ଚିକିତ୍ସା ସୁବିଧା ସହିତ ମାଗଣା ଔଷଧ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି। ଗୁରୁବାର ହେଉଛି ବିଶ୍ୱ ଏଡ୍‌ସ ଦିବସ। ସାରା ରାଜ୍ୟର ଗଞ୍ଜାମ ଜିଲାରେ ଅଧିକ ଏଡ୍‌ସ ଆକ୍ରାନ୍ତ ରୋଗୀ ରହିଛନ୍ତି। ଗଞ୍ଜାମ ଜିଲାରେ ପୂର୍ବରୁ ଯାହା ସ୍ଥିତି ରହିଥିଲା ବର୍ତ୍ତମାନ ସେଥିରେ ଧୀରେ ଧୀରେ ସୁଧାର ଆସୁଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜିଲାରେ ମୋଟ ୧୭୪୪୮ ରୋଗୀ ଚିହ୍ନଟ ହୋଇଥିବା ଜିଲା ଏଡ୍‌ସ ସେଲ୍‌ ସୂତ୍ରରୁ ପ୍ରକାଶ। ସେହିପରି ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ମୋଟ ୪୩୬ରୋଗୀ ଚିହ୍ନଟ ହୋଇଛନ୍ତି।


ଗଞ୍ଜାମ ଜିଲାରୁ ପ୍ରତିବର୍ଷ ହଜାର ହଜାର ଲୋକ ରୋଜଗାର ଆଶାରେ ସୁରଟ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଓ ଚେନ୍ନାଇ ଆଦି ସ୍ଥାନକୁ ଯାଉଛନ୍ତି। ସେଠାରେ କୌଣସି ପ୍ରକାରେ ଲୋକମାନେ ଏଚ୍‌ଆଇଭିରେ ସଂକ୍ରମିତ ହୋଇ ଗଞ୍ଜାମକୁ ଫେରୁଛନ୍ତି। ବିଶେଷ କରି ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁ ଏଡ୍‌ସ ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜ୍ଞାପନ, ହୋର୍ଡିଂ ଓ ଗଣମାଧ୍ୟମ ଜରିଆରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି। ଫଳରେ ଏଡ୍‌ସକୁ ନେଇ ଗଞ୍ଜାମ ଜିଲାରେ ପୂର୍ବରୁ ଯେଉଁ ସ୍ଥିତି ଥିଲା ବର୍ତ୍ତମାନ ସେଥିରେ ଧୀରେ ଧୀରେ ସୁଧାର ଆସୁଛି। ୨୦୦୦ରୁ ୨୦୨୨ ଅକ୍ଟୋବର ସୁଦ୍ଧା ୧୭ଲକ୍ଷ ୩୨ ହଜାର ୩୪୧ଜଣଙ୍କର କାଉନ୍‌ସେଲିଂ କରାଯାଇ ୧୫ ଲକ୍ଷ ୭୨ହଜାର ୯୯୦ଜଣଙ୍କର ଏଚ୍‌ଆଇଭି ପରୀକ୍ଷା କରାଯାଇଛି। ତନ୍ମଧ୍ୟରୁ ମୋଟ ୧୭୪୪୮ ଜଣଙ୍କ ରକ୍ତ ନମୁନାରେ ଏଚ୍‌ଆଇଭି ପଜିଟିଭ୍‌ ଥିବା ଏଡ୍‌ସ ସେଲ୍‌ ଡିପିଏମ୍‌ ହେମନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।
୨୦୦୦ରୁ ୨୦୨୨ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୩୭୫୬ଜଣ ରୋଗୀଙ୍କର ଏଡ୍‌ସରେ ମୃତ୍ୟୁ ଘଟିଥିବା ବେଳେ ସେଥିମଧ୍ୟରେ ଗଞ୍ଜାମର ୫୩୧ ଜଣ ରହିଛନ୍ତି। ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପୋଲସରା ବ୍ଲକରେ ସର୍ବାଧିକ ୧୨୮୨ ରୋଗୀ ରହିଛନ୍ତି। ୨୦୦୦ରୁ ୨୦୨୨ ଅକ୍ଟୋବର ଶେଷ ସୁଦ୍ଧା ମୋଟ ୯୯୬ ଗର୍ଭବତୀ ପଜିଟିଭ୍‌ ରହିଛନ୍ତି। ଏଡ୍‌ସ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏମ୍‌କେସିଜି ମେଡିକାଲ ଓ ଭଞ୍ଜନଗର ମେଡିକାଲରେ ଏଆରଟି ସେଣ୍ଟର ରହିଛି। ସେହିପରି ଆସିକା, ପୋଲସରା ଓ ଖଲ୍ଲିକୋଟରେ ଲିଙ୍କ୍‌ ଏଆରଟି ସେଣ୍ଟର ରହିଛି। ରକ୍ତ ନମୁନା ପରୀକ୍ଷା ପାଇଁ ଏମ୍‌କେସିଜି ମେଡିକାଲରେ ବ୍ୟବସ୍ଥା କରାଯାଇଛି। ବିଗତ ବର୍ଷ ତୁଳନାରେ ଧୀରେ ଧୀରେ ଏଡ୍‌ସ ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଉଛି। ଏ ଦିଗରେ ଜିଲା ଏଡ୍‌ସ ସେଲ୍‌ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ଏହି ବିଭାଗରେ ବର୍ତ୍ତମାନ ବିଭିନ୍ନ ବ୍ଲକରେ ମୋଟ ୧୩ଏଲଟି (ଲାବୋରେଟୋରି ଟେକ୍ନିସିଆନ୍‌) ପଦବୀ ଖାଲି ପଡ଼ିଛି। ଏପରିକି ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟରେ ୨ଟି ଡାଟାଏଣ୍ଟ୍ରି ଅପରେଟର୍‌ ପଦବୀ ମଧ୍ୟ ଖାଲି ପଡ଼ିଛି। ଗଞ୍ଜାମ ଜିଲାର ୧୭ଟି ବ୍ଲକ ଓ ବ୍ରହ୍ମପୁର ମହାନଗରରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ୫ ଶହରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି।
ପୋଲସରା ବ୍ଲକରେ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ସର୍ବାଧିକ ୧୨୮୨ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆସିକା ବ୍ଲକରେ ୧୧୮୧, ବେଗୁନିଆପଡ଼ାରେ ୧୧୬୬, ପୁରୁଷୋତ୍ତମପୁରରେ ୧୧୧୪, ବ୍ରହ୍ମପୁରରେ ୯୪୧, ଖଲ୍ଲିକୋଟରେ ୯୨୦, ହିଞ୍ଜିଳିକାଟୁରେ ୮୪୪, କବିସୂର୍ଯ୍ୟନଗରରେ ୭୯୬, ବେଲଗୁଣ୍ଠାରେ ୭୪୩, ଶେରଗଡ଼ରେ ୭୦୪, ଭଞ୍ଜନଗରରେ ୬୪୫, ରଙ୍ଗେଇଲୁଣ୍ଡାରେ ୬୨୮, ଛତ୍ରପୁରରେ ୫୮୮, ବୁଗୁଡାରେ ୫୮୭, ଦିଗପହଣ୍ଡିରେ ୫୮୭, ସାନଖେମୁଣ୍ଡିରେ ୫୫୭, ଧରାକୋଟରେ ୫୪୪ ଓ କୁକୁଡ଼ାଖଣ୍ଡିରେ ୫୨୬ ଜଣ ଏଡସ୍‌ ଆକ୍ରାନ୍ତ ରୋଗୀଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

IAS ସ୍ତରରେ ଛୋଟ ଅଦଳବଦଳ: ଭାସ୍କର ଜ୍ୟୋତି ଶର୍ମାଙ୍କୁ ମିଳିଲା…

ଭୁବନେଶ୍ୱର,୩୧।୩: IAS ସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ଭାସ୍କର ଜ୍ୟୋତି ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri