Categories: ଖେଳ

ଚେନ୍ନାଇ ଆଗରେ ୧୭୩ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୦।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ତମ ସଂସ୍କରଣ ରବିବାର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ପୃଥ୍ବୀ ଶ(୩୪ ବଲ୍‌ରେ ୬୦ ରନ୍‌ ) ଓ ରିଷଭ ପନ୍ତ(୩୫ ବଲ୍‌ରେ ୫୧*)ଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୧୭୨ ରନ୍‌ କରିଛି। ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଓପନିଂ ପୃଥ୍ବୀ ଶ ଏବଂ ଶିଖର ଧାଓ୍ବନଙ୍କ ଯୋଡି ଭଲ ଷ୍ଟାଟ୍‌ ଦେଇଥିଲେ। ହେଲେ ୩.୨ ଓଭରରେ ଶିଖର ଧାଓ୍ବନ(୭) ରନ୍‌ କରି ଜୋଶ ହାଜେଲଉଡଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସି ଶ୍ରେୟାସ ଆୟାର ୧ ରନ୍‌ କରି ହାଜେଲଉଡଙ୍କ ବଲ୍‌ରେ ଆଉଟ ହୋଇଥିଲେ। ପୃଥ୍ବୀ ଶ ୬୦ ରନ୍‌ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ପରବର୍ତ୍ତି ସମୟରେ ଅଧିନାୟକ ରିଷଭ ପନ୍ତ ଏବଂ ଶିମରନ ହେଟମେୟର ସ୍ଥିତି ସମ୍ଭାଳିଥିଲେ। ରିଷଭ ୫୧ ରନ୍‌ କରିଥିବା ବେଳେ ଶିମରନ ୩୭ ରନ୍‌ କରିଥିଲେ।

ଚେନ୍ନାଇର ଜୋଶ ହାଜେଲଉଡ ୨ ଉଇକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ମୋଇନ ଅଲି ଏବଂ ଡ୍ବେନ ବ୍ରାଭୋ ଗୋଟିଏ ଉଇକେଟ ନେବାରେ ସଫଳ ହୋଇଥିଲେ।

Share