ରାଜ୍ୟରେ ଆଜି ୧୭୦୯ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧।୧୧(ବ୍ୟୁରୋ): ରବିବାର ୩୦ ଜିଲାରୁ ୧୭୦୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୭୨୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୧୨୧ ଏବଂ କଟକରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୭୯, ବାଲେଶ୍ୱର ୬୧, ବରଗଡ଼ ୯୯, ଭଦ୍ରକ ୧୧, ବଲାଙ୍ଗୀର ୫୩, ବୌଦ୍ଧ ୧୮, ଦେବଗଡ଼ ୯, ଢେଙ୍କାନାଳ ୬୪, ଗଜପତି ୪, ଗଞ୍ଜାମ ୧୯, ଜଗତସିଂହପୁର ୬୮, ଯାଜପୁର ୪୧, ଝାରସୁଗୁଡ଼ା ୨୮, କଳାହାଣ୍ଡି ୭୨, କନ୍ଧମାଳ ୨୦, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୭୨, କୋରାପୁଟ ୩୮, ମାଲକାନଗିରି ୩୯, ନବରଙ୍ଗପୁର ୨୬, ନୟାଗଡ଼ ୨୯, ନୂଆପଡ଼ା ୮୬, ପୁରୀ ୫୮, ରାୟଗଡ଼ା ୧୬, ସମ୍ବଲପୁର ୪୩, ସୋନପୁର ୭ ଏବଂ ସୁନ୍ଦରଗଡ଼ରୁ ୧୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୧,୮୨୫ରେ ପହଞ୍ଚିଥିବା ବେଳେ ୨,୭୫,୭୪୯ ଜଣ ସୁସ୍ଥ ହୋଇଛନ୍ତି। ୧୪,୬୯୨ ଜଣ ଚିକିତ୍ସିତ ହେଉଛନ୍ତି। ୧୩୩୧ ଜଣଙ୍କ ମୃତ୍ୟୁ ଘଟିଛି।