Posted inଖେଳ

ଆଡ୍‌ହକ କମିଟି ନିକଟରେ ୧୭୦୦ ଏଣ୍ଟ୍ରି

ନୂଆଦିଲ୍ଲୀ,୧୮ା୫(ପି.ଟି.): ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ୧୭ ଓ ୨୩ ବର୍ଷରୁ କମ୍‌ ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନଶିପ୍‌ ଚୟନ ଟ୍ରାଏଲ୍‌ ଆୟୋଜନ କରିଛି ଆଡ୍‌ହକ୍‌ କମିଟି। ଇଣ୍ଡିଆନ ଅଲିମ୍ପିକ୍ସ ଆସୋସିଏଶନ(ଆଇଓଏ) ପକ୍ଷରୁ ରେସଲିଂ ଫେଡେରେଶନର ସମସ୍ତ କର୍ମୀଙ୍କୁ ବାଦ୍‌ ଦିଆଯାଇ ଆଡ୍‌ହକ୍‌ କମିଟିକୁ ଚୟନର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ୪ ଦିନିଆ ଚୟନ ଶିବିର ଏନ୍‌ଆଇଏସ୍‌ ପଟିଆଲା ଓ ସାଇ ଆଞ୍ଚଳିକ କେନ୍ଦ୍ର ସୋନେପତରେ ଅନୁଷ୍ଠିତ ହେଉଛି। ଏହି ଚୟନ ଟ୍ରାଏଲ ପୂର୍ବରୁ କମିଟି ନିକଟକୁ ରେକର୍ଡ ସଂଖ୍ୟକ ୧୭୦୦ଟି ଏଣ୍ଟ୍ରି ଆସିଥିବା ଜଣାପଡିଛି। ବୁଧବାର ଆଡ୍‌ହକ କମିଟି ସଦସ୍ୟ ତଥା ଚୟନ କମିଟି ମୁଖ୍ୟ ଭୂପିନ୍ଦର ସିଂ ବାଜଓ୍ବା ଉଭୟ କେନ୍ଦ୍ରକୁ ଯିବା ସହିତ ବ୍ୟବସ୍ଥାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ୧୭ ଓ ୨୩ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନ୍‌ଶିପ୍‌ ଜୁନ୍‌ ୧୦ରୁ ୧୮ ତାରିଖ ମଧ୍ୟରେ ବିଶକେକରେ ଆୟୋଜିତ ହେବ। ସମୁଦାୟ ୧୭୦୪ଟି ଏଣ୍ଟ୍ରି ଆସିଥିବା ବେଳେ ୨୩ ବର୍ଷରୁ କମ୍‌ ବୟସ ବର୍ଗର ଫ୍ରି ଷ୍ଟାଇଲରେ ୩୯୩ ଜଣ ପଞ୍ଜୀକରଣ କରିଛନ୍ତି। ଗ୍ରୀକୋ ରୋମାନରେ ୨୨୦ ଓ ମହିଳା ବର୍ଗରେ ୧୫୧ ଜଣ ପଞ୍ଜୀକୃତ କରିଛନ୍ତି। ୧୭ ବର୍ଷରୁ କମ୍‌ ବୟସ ବର୍ଗର ଫ୍ରି ଷ୍ଟାଇଲରେ ୪୯୦ ଜଣ ପଞ୍ଜୀକରଣ କରିଛନ୍ତି। ଗ୍ରୀକୋ ରୋମାନରେ ୨୦୭ ଓ ମହିଳା ବର୍ଗରେ ୨୪୩ ଜଣ ପଞ୍ଜୀକୃତ କରିଛନ୍ତି। ଫ୍ରି ଷ୍ଟାଇଲ ବର୍ଗରେ ବାଜଓ୍ବା, ଜଗମନ୍ଦେର ସିଂ ଓ ରମେଶ ଗୁଲିଆ ଚୟନକର୍ତ୍ତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ବେଦାନ୍ତ ପାଓ଼୍ବାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୯ ମୃତ ୪୦ରୁ ଅଧିକ ଆହତ

ରାୟପୁର,୧୪।୪: ବେଦାନ୍ତ ଲିମିଟେଡର ପାଓ଼୍ବାର ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣଙ୍କ ମୃତ୍ୟୁ। ଏପରି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ସକ୍ତି ଜିଲାରେ ଏକ ପାଓ଼୍ବାର ପ୍ଲାଣ୍ଟରେ। ଯେଉଁଠି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ଦେଶର ଏହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇନି ଭାଜପା; ସଂଖ୍ୟା ଜାଣିଲେ ତାଜୁବ ହେବେ…

୧୪ ଏପ୍ରିଲ ୨୦୨୬ ବିହାର ରାଜନୀତିରେ ଏକ ପ୍ରମୁଖ ପରିବର୍ତ୍ତନର କାରଣ ହୋଇଥିଲା। ବିଶେଷକରି, ସମ୍ରାଟ ଚୌଧୁରୀଙ୍କୁ ବିହାରରେ ଭାଜପା ବିଧାୟକ ଦଳର ନେତା ଭାବରେ ନିର୍ୱାଚିତ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri