କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦ କୋଟି ଲୋକେ ଦାରିଦ୍ର୍ୟତା ଓ କ୍ଷୁଧାର ଶିକାର ହେବେ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାଇ ଦେଇଛନ୍ତି। ଦଶନ୍ଧି ପୂର୍ବରୁ ଏତେ ମାତ୍ରାରେ ଲୋକେ ଏଭଳି ସଙ୍କଟରେ ପଡ଼ି ନ ଥିବାବେଳେ ତାହା ଏବେ ଘଟିବାକୁ ଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରୁଷିଆ ଏବଂ ୟୁକ୍ରେନ୍‌ ବିଶ୍ୱର ୩୦ ପ୍ରତିଶତ ଗହମ ଓ ବାର୍ଲି, ଏକ ପଞ୍ଚମାଂଶ ମକା, ଅଧାରୁ ଅଧିକ ସୂର୍ଯ୍ୟମୁଖୀ ତେଲ ଚାହିଦା ପୂରଣ କରିଥାନ୍ତି। ସବୁଠାରୁ କମ୍‌ ବିକଶିତ ୪୫ ଦେଶକୁ ରୁଷିଆ ଓ ୟୁକ୍ରେନ୍‌ ଗହମ ଯୋଗାଇଥାନ୍ତି। ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଛି। ଫଳରେ ଏହି ଦୁଇ ଦେଶ ଉପରେ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକରେ ବ୍ୟାପକ ଖାଦ୍ୟାଭାବ ଦେଖାଦେବ ବୋଲି ଗୁଟେରସ୍‌ କହିଛନ୍ତି।
ସଙ୍କଟ ଯୋଗୁ ଶସ୍ୟ ରପ୍ତାନି ବାଧାପ୍ରାପ୍ତ ହୋଇଥିବାରୁ ବିଶ୍ୱ ବଜାରରେ ଖାଦ୍ୟ ଦରଦାମ ଆକାଶଛୁଆଁ ହୋଇଛି। ୨୦୨୨ ଆରମ୍ଭରୁ ଗହମ ଏବଂ ମକା ଦର ୩୦ ପ୍ରତିଶତ ବଢ଼ିଛି। ବ୍ରେଣ୍ଟ କ୍ରୁଡ୍‌ ଅଏଲ ୬୦ ପ୍ରତିଶତରୁ ଅଧିକ ବଢ଼ିଛି। ଗ୍ୟାସ୍‌, ସାର ଆଦିର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥିବା ଜାତିସଂଘ ମହାସଚିବ କହିଛନ୍ତି। ଏଥିସହ ଧନୀକୁ ଅଧିକ ଧନୀ ଏବଂ ଗରିବକୁ ଅଧିକ ଗରିବ କରୁଥିବା ବିଶ୍ୱ ଆର୍ଥତ୍କ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ସେ ଆହ୍ବାନ ଦେଇଛନ୍ତି। ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ (ଆଇଏମ୍‌ଏଫ୍‌) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କ ମତରେ, ୟୁକ୍ରେନ୍‌ ଯୁଦ୍ଧ ଚଳିତ ବର୍ଷ ୧୪୩ ଦେଶର ଅଭିବୃଦ୍ଧି ହାର ପୂର୍ବାନୁମାନଠାରୁ ହ୍ରାସ ପାଇବ। ଏହି ଦେଶଗୁଡ଼ିକର ଜିଡିପି ବିଶ୍ୱ ଜିଡିପିର ୮୬ ପ୍ରତିଶତ। କରୋନା ମହାମାରୀ ଭିତରେ ୟୁକ୍ରେନ୍‌ ସଙ୍କଟ ଯୋଗୁ ସୃଷ୍ଟ ସଙ୍କଟ ମଧ୍ୟରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ନିମନ୍ତେ ସମନ୍ବିତ ପଦକ୍ଷେପ ଜରୁରୀ ବୋଲି ବୁଧବାର ଆଇଏମ୍‌ଏଫ୍‌, ବିଶ୍ୱ ବ୍ୟାଙ୍କ, ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି), ଓ୍ବାଲର୍‌ଡ ଟ୍ରେଡ୍‌ ଅର୍ଗାନାଇଜେଶନ (ଡବ୍ଲ୍ୟୁଟିଓ) ମୁଖ୍ୟ ଏକ ମିଳିତ ବିବୃତିରେ ଆହ୍ବାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri