ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୯ା୩(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୧୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୬,୧୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୪୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୧୯ ଏବଂ ଯାଜପୁରରୁ ୧୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୧୧, ମୟୂରଭଞ୍ଜ ୧୧, ସୁନ୍ଦରଗଡ଼ ୧୧,ଝାରସୁଗୁଡ଼ା ୧୦, ଖୋର୍ଦ୍ଧା ୮, ଗଞ୍ଜାମ ୭, ସୋନପୁର ୬, ଅନୁଗୋଳ ୫, କଟକ ୫, କେନ୍ଦ୍ରାପଡ଼ା ୪, ରାୟଗଡ଼ା ୪, ଭଦ୍ରକ ୩, ନୂଆପଡ଼ା ୩, ଜଗତସିଂହପୁର, କୋରାପୁଟ, ନବରଙ୍ଗପୁର ଏବଂ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨।