ଡ୍ରପ୍‌ ଆଉଟ୍‌ ତାଲିକାରେ ୧୭୦୦ ପିଲା

ଗୋପ,୨୯ା୨(ଭାରତୀ ଭୂଷଣ ଉପାଧ୍ୟାୟ)ଶିକ୍ଷାବର୍ଷ ୨୦୨୩-୨୪ରେ ଗୋପ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୧୭ଶହରୁ ଅଧିକ ପିଲା ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ରହିଛନ୍ତି। ଏଥିରେ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୭ଶହରୁ ଅଧିକ ଓ ହାଇସ୍କୁଲ ସ୍ତରରେ ୧ ହଜାର ପିଲା ରହିଛନ୍ତି। ରାଜ୍ୟରେ ଅଧ୍ୟୟନରତ ଛାତ୍ରୀଛାତ୍ରଙ୍କ ହିସାବ ରଖୁଥିବା ଅନ୍‌ଲାଇନ ସିଷ୍ଟମ୍‌ ୟୁଡାଇସ୍‌ ଡ୍ରପ୍‌ ଆଉଟ୍‌ ତାଲିକାରୁ ଏହି ତଥ୍ୟ ମିଳିଛି। ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଅନୁଯାୟୀ ଶିଶୁମାନଙ୍କୁ ବାଧ୍ୟତାମୂଳକ ମୌଳିକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ଏବେ ବାଟବଣା ହୋଇଥିବା ଗୋପ ବ୍ଲକର ଏହି ଚିତ୍ରରୁ ସ୍ପଷ୍ଟ ହେଉଛି।
ସରକାରୀ ବିଦ୍ୟାଳୟ ଗୁଡ଼ିକରେ ନାମ ଲେଖାଇଥିବା ୬ରୁ ୧୪ବର୍ଷ ବୟସ୍କ ମଧ୍ୟରେ ଛାତ୍ରୀଛାତ୍ରମାନେ ବିଭିନ୍ନ ଶ୍ରେଣୀରେ ଅଧାରୁ ପାଠ ଛାଡ଼ି ଦେଉଥିବାରୁ ଡ୍ରପ୍‌ଆଉଟ୍‌ ତାଲିକା ବଢ଼ି ବଢ଼ି ଚାଲିଛି। ଅଧାରୁ ପାଠ ଛାଡ଼ି ଶିକ୍ଷାୟତନ ବାହାରେ ଥିବା ପିଲାଙ୍କୁ ସ୍କୁଲକୁ ଫେରାଇ ଆଣିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଡ୍ରପ୍‌ଆଉଟ୍‌ ପିଲାଙ୍କୁ ଠାବକରି ସ୍କୁଲ୍‌ ଫେରାଇ ନ ଆଣିଲେ ଶିକ୍ଷକମାନଙ୍କ ଦରମା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିତ୍ବା ଜଣାପଡିଛି। ଅନ୍ୟପଟେ ସ୍କୁଲରେ ଶିକ୍ଷାଦାନ ଛାଡ଼ି ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକମାନେ ଦ୍ୱାର ଦ୍ୱାର ବୁଲି ଡ୍ରପ୍‌ଆଉଟ୍‌ ପିଲାମାନଙ୍କୁ ଖୋଜୁଛନ୍ତି। ତେବେ ପ୍ରାଥମିକ ଶ୍ରେଣୀର ପିଲାମାନେ ଦାଦନ ଖଟିବାକୁ ମାତାପିତାଙ୍କ ସହିତ ଜିଲା ଓ ରାଜ୍ୟ ବାହାରକୁ ଚାଲିଯାଇଥିବା ବେଳେ ୧୪ବର୍ଷରୁ ଊଦ୍ଧର୍‌ବ ପିଲାମାନେ ଅଷ୍ଟମ ଶ୍ରେଣୀରୁ ପାଠଛାଡି କୌଳିକ ବୃତ୍ତିରେ ସାମିଲ୍‌ ହୋଇଛନ୍ତି କିମ୍ବା ଶିଶୁ ଶ୍ରମିକ ସାଜିଛନ୍ତି। ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ପିଲାମାନେ ଅସହାୟ ସ୍ଥିତିରେ ଥିବାରୁ ଆଗକୁ ପାଠ ପଢିବା ଆଶା ଛାଡ଼ି ଦେଇଥିବା ଜଣାପଡ଼ିଛି। ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅଭାବ ଥିବାରୁ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବା ସାଧାରଣ ଲୋକେ ଘରୋଇ ବିଦ୍ୟାଳୟରେ ନାମ ଲେଖାଇବାକୁ ସକ୍ଷମ ହେଉନାହାନ୍ତି। ଯେଉଁମାନେ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି, ପରବର୍ତ୍ତୀ ସମୟରେ ସ୍କୁଲ୍‌ ଖର୍ଚ୍ଚ ଭରଣା କରି ନ ପାରିବାରୁ ପିଲାମାନେ ଅଧାରୁ ପାଠ ପଢା ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅଧିକ ପାଠପଢି ଜୀବିକାର୍ଜନ ନିମନ୍ତେ ନିଯୁକ୍ତି ସଂକଟ ଲାଗି ରହିଥିବାରୁ ପିଲାଙ୍କୁ ଛୋଟ ବେଳୁ ନିଜ କୌଳିକ ବୃତ୍ତିରେ ନିୟୋଜିତ କରିବାକୁ ଅଭିଭାବକମାନେ ଉଚିତ ମଣୁଛନ୍ତି। ଡ୍ରପ୍‌ଆଉଟ୍‌ ପିଲାମାନଙ୍କ ସାଂପ୍ରତିକ ସ୍ଥିତି ସମ୍ପର୍କରେ ଦ୍ୱାର ଦ୍ୱାର ବୁଲି ଅନୁସନ୍ଧାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରୀଛାତ୍ରଙ୍କୁ ଘରେ ନ ପାଇ ନିରାଶରେ ଫେରୁଥିବା ଜଣାପଡ଼ିଛି। ଏ ନେଇ ଶିକ୍ଷାବିତ୍‌ ପୁନେଶ କୁମାର ସେନାପତି ଓ ସତ୍ୟପୀର ନାୟକ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଥମତଃ ଧ୍ୟାନ ଦେଉନାହାନ୍ତି। ଏବେଠାରୁ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ସହିତ କାହିଁକି ଛାତ୍ରୀଛାତ୍ର ସ୍କୁଲ ଆସୁନାହାନ୍ତି ଏବଂ ଏଥିଲାଗି କିଏ ଦାୟୀ ବୋଲି ପ୍ରଶ୍ନ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ସୁଶୀଳ କୁମାର ବ୍ରହ୍ମା କହିଛନ୍ତି,ଏ ସମ୍ପର୍କରେ ଗୁରୁତ୍ୱ ଦିଆଯାଉଛି। ଖୁବ୍‌ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri