ଦୀପାବଳି ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଆଲୋକର ପର୍ବ ଦୀପାବଳି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କରୋନା ପ୍ରକୋପରେ ଦୀପାବଳି ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମଧାମରେ ଏହାକୁ ପାଳନ କରିବେ ରାଜଧାନୀବାସୀ । ତେବେ ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଲାଗି ରାଜଧାନୀରେ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏ ନେଇ ରବିବାର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଚଳିତବର୍ଷ ଭୁବନେଶ୍ୱର କାଳୀପୂଜା ପାଇଁ ୧୯ଟି ମେଢ ହୋଇଛି । ସେଠାରେ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ସେହିଭଳି ଦୀପାବଳି ପାଇଁ ସମସ୍ତ ଥାନା ଅଞ୍ଚଳରେ ଫୋର୍ସ ମୁତୟନ କରାଯିବା ସହ ମୋବାଲ୍‌ ପାଟ୍ରୋଲିଂକୁ ଗୁରୁତ୍ୱ ଦିଆଯାଇଛି ।
ଦୀପାବଳି ପାଇଁ ୮ ପ୍ଲାଟୁନ ଫୋର୍ସ ରାଜଧାନୀରେ ମୁତୟନ କରାଯାଇଛି । ଦୀପାବଳି ଓ କାଳୀପୂଜା ପାଇଁ ମୋଟ ୬ ଜଣ ଅତିରିକ୍ତ ଡିସିପି, ୭ ଏସିପି, ୨୫ ଆଇଆଇସି, ୪୦ ଏସ୍‌ଆଇ/ଏଏସ୍‌ଆଇ ଓ ୧୭ ପ୍ଲାଟୁନ ଫୋର୍ସ ନିୟାଜିତ କରାଯାଇଛି ।