ଜୁଲାଇରେ ୧୭ ପ୍ରତିଶତ ଅଧିକ ବର୍ଷା: ବଢ଼ିପାରେ ହୀରାକୁଦ ଜଳଭଣ୍ଡାର ସ୍ତର

ଭୁବନେଶ୍ୱର,୧୭ା୭: ଜୁଲାଇ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୧୭% ଅଧିକ ବର୍ଷା ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ବଲାଙ୍ଗୀରରେ ସବୁଠୁ ଅଧିକ ବର୍ଷା ହୋଇଥିବାବେଳେ କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସାପୁଆ ନଦୀରେ ବନ୍ୟା, ମଧୁସୂଦନପାଟଣା ଓ କାକୁଡ଼ିଆ ଗାଁରେ ପାଣି। ବାଲେଶ୍ୱର ଜିଲା ମଥାନୀରେ ଜଳସ୍ତର ବିପଦ ସଙ୍କେତ ନିକଟତର ହୋଇଛି। ସାପୁଆ ନଦୀରେ ପାଣି ବଢ଼ିଲେ ଢେଙ୍କାନାଳ ଓ ଆଠଗଡ଼ ପ୍ରଭାବିତ ଆଶଙ୍କା ରହିଥିବା ଯନ୍ତ୍ରୀ କହିଛନ୍ତି। ତେବେ ଆସନ୍ତାକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିପାରେ ବୋଲି ଆକଳନ କରାଯାଉଛି।

Dharitri – Odisha’s No.1 Odia Daily

Share