୧୭ ଓଏଏସ୍‌ ଅଫିସରଙ୍କୁ ୫ ଜିଲାର କୋଭିଡ୍‌ ଦାୟିତ୍ୱ

ଭୁବନେଶ୍ୱର,୨୬।୪(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ୧୭ ଓଏଏସ୍‌ ଅଧିକାରୀଙ୍କୁ ରାଜ୍ୟ ସରକାର ରବିବାର ପଶ୍ଚିମ ଓଡ଼ିଶାର ୫ଟି ଜିଲାର କୋଭିଡ ସ୍ଥିତି ରକ୍ଷା କରିବାର ଦାୟିତ୍ୱ ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଓଏଏସ୍‌ ଅଧିକାରୀମାନେ ସମ୍ପୃକ୍ତ ଜିଲା ପ୍ରଶାସନ ଅଧୀନରେ କାର୍ଯ୍ୟ କରିବେ। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନୂଆପଡ଼ା ଜିଲା ପାଇଁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ ପ୍ରଧାନ, ଚିତ୍ରସେନ୍‌ ପଶାୟତ, ନୃପରାଜ ସାହୁ, ହେମନ୍ତ କୁମାର ସିଂହ ଏବଂ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳାଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ବଲାଙ୍ଗୀର ଜିଲା ଲାଗି ଦୀପକ ରଞ୍ଜନ ଦାସ, ରଶ୍ମୀରଞ୍ଜନ ନାୟକ ଏବଂ ଶ୍ୱେତ କୁମାର ଦାସଙ୍କୁ ନିଯୁକ୍ତ ମିଳିଛି। ଏହାସହ ବରଗଡ଼ ଜିଲା ପାଇଁ ମହେଶ୍ୱର ପାଣିଗ୍ରାହୀ, ଶୁଭାଶିଷ ମାନସିଂ ଏବଂ ମନ୍ଦରଧର ମହାଲିକଙ୍କୁ ନିଯୁକ୍ତି ମିଳିଛି। ବିଶିକେଶନ ଦେହୁରୀ ଏବଂ ବୈତୁର ଦୀପଙ୍କୁ ସମ୍ବଲପୁର ଦାୟିତ୍ୱ ମିଳିଛି। ସୁନ୍ଦରଗଡ଼ ଜିଲା ପାଇଁ ଦୁର୍ଗାପ୍ରସାଦ ମହାପାତ୍ର, ଅଯୋଧ୍ୟାକାନ୍ତ ଶତପଥୀର, ତ୍ରିଲୋଚନ ମହାନ୍ତି ଏବଂ ମଧୁସୂଦନ ବେହେରାଙ୍କୁ ସରକାର ନିୟୋଜିତ କରିଛନ୍ତି। ସମ୍ପୃକ୍ତ ଜିଲାଗୁଡ଼ିକର ଜିଲାପାଳଙ୍କୁ ଏହି ଓଏଏସ୍‌ ଅଧିକାରୀମାନେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।