କରୋନାରେ ୧୭ ଜୀବନ ଗଲା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪, କଟକ ୩, ଗଞ୍ଜାମ ୨, ସୁନ୍ଦରଗଡ ୨, ବୌଦ୍ଧ, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ରାଉରକେଲା ଏବଂ ନୟାଗଡ ଜିଲାରୁ ଜଣେ ଲେଖାଏ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି।