ପୁଣି କରୋନାରେ ଆଖିବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୯୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ମୃତକଙ୍କ ମଧ୍ୟରୁ ରାୟଗଡା, ଖୋର୍ଦ୍ଧା, ସୁନ୍ଦରଗଡ ଏବଂ କଳାହାଣ୍ଡିରୁ ସର୍ବାଧିକ ୩ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଅନୁଗୋଳ, ବଲାଙ୍ଗିର ଏବଂ ଢେଙ୍ଗାନାଳରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।