ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଆପଣଙ୍କର ଯଦି ବ୍ୟାଙ୍କରେ ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ। କାରଣ ଅଗଷ୍ଟ ମାସରେ ପ୍ରାୟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ସମସ୍ତେ ଜାଣନ୍ତି ପ୍ରତି ସପ୍ତାହର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ୧ ଅଗଷ୍ଟ ମାସର ପ୍ରଥମ ଶନିବାର। ଏହି ହିସାବରେ ବ୍ୟାଙ୍କ ଖୋଲା ରହିବା କଥା। ମାତ୍ର ବକ୍ରିଇଦ୍‌ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ୨ ଅଗଷ୍ଟ ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ୩ରେ ରକ୍ଷାବନ୍ଧନ। ଏହି ଦିନ ମଧ୍ୟ ବ୍ୟାଙ୍କ ବନ୍ଦ। ଅଗଷ୍ଟ ମାସରେ ପ୍ରଥମ ସପ୍ତାହ ୩ରୁ୯ ତାରିଖ ପର୍ଯ୍ୟନ୍ତ। ୪-୭ ଅଗଷ୍ଟ ଚାରିଦିନ ବ୍ୟାଙ୍କ କାର୍ଯ୍ୟ ଚାଲୁ ରହିବ। ୮ ଅଗଷ୍ଟ ମାସର ଦ୍ୱିତୀୟ ଶନିବାର ତେଣୁ ବ୍ୟାଙ୍କ ବନ୍ଦ ରହିବ। ୯ ରବିବାର। ୧୦ରେ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବ। ଏହା ୧୬ ପର୍ଯ୍ୟନ୍ତ। ସପ୍ତାହର ପ୍ରଥମ ଦିନ ବ୍ୟାଙ୍କ ଖୋଲା ରହିବ। ୧୨ରେ ଜନ୍ମାଷ୍ଟମୀ। ଏହି ଅବସରରେ ବ୍ୟାଙ୍କ ଛୁଟି। ୧୩ରେ ଆଞ୍ଚଳିକ ଛୁଟି। ୧୫ରେ ସ୍ବାଧୀନତା ଦିବସ। ଏହା ମଧ୍ୟ ଜାତୀୟ ଛୁଟି ଦିବସ। ୧୬ରେ ରବିବାର। ତୃତୀୟ ସପ୍ତାହ ୧୭ରୁ ୨୩ ପର୍ଯ୍ୟନ୍ତ। ୨୦ ରେ ଶ୍ରୀମନ୍ତ ଶଙ୍କରାଦେବଙ୍କ ତିଥି। ଏବଂ ୨୧ରେ ହରିତାଲିକା ଅବସରରେ ବ୍ୟାଙ୍କ ଛୁଟି। ୨୨ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ଏଥିପାଇଁ ବ୍ୟାଙ୍କ ବନ୍ଦ ରହିବ। ୨୩ରେ ରବିବାର। ତେଣୁ ଏଥିପାଇଁ ମଧ୍ୟ ବ୍ୟାଙ୍କ ଛୁଟି। ଅଗଷ୍ଟ ୨୪ରୁ ଚତୁର୍ଥ ସପ୍ତାହ ଆରମ୍ଭ। ଏହା ୩୦ ପର୍ଯ୍ୟନ୍ତ ରହିବ। ଏହି ସପ୍ତାହ ଅର୍ଥାତ୍‌ ୨୯ରେ ମହରମ। ତେଣୁ ବ୍ୟାଙ୍କ ଛୁଟି। ୩୦ରେ ରବିବାର ଏବଂ ୩୧ରେ ଇନ୍ଦ୍ରଯାତ୍ରା ଯୋଗୁ ମଧ୍ୟ ବ୍ୟାଙ୍କ ଛୁଟି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri