Posted inଜାତୀୟ

ଷୋଡ଼ଶ ଅର୍ଥ କମିଶନ ଗଠନକୁ ମଞ୍ଜୁରୀ

ନୂଆଦିଲ୍ଲୀ,୩୦ା୧୧: ଷୋଡ଼ଶ ଅର୍ଥ କମିଶନର ଟମର୍‌ସ ଅଫ୍‌ ରେଫରେନ୍ସ(ଟିଓଆର୍‌)କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଆୟୋଗ ଅବଧି ୨୦୨୬ ଏପ୍ରିଲ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ରହିବ। ୧୬ତମ ଅର୍ଥ କମିଶନଙ୍କ ଜରୁରୀ ସର୍ତ୍ତକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ର ଅନୁମୋଦନ ମିଳିଥିବା ବିଷୟ ବୁଧବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଏହି କମିଶନ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ଟିକସ ଭାଗବଣ୍ଟା ସମ୍ପର୍କିତ ନିଷ୍ପତ୍ତି ନେବେ। କମିଶନ ନିଜ ପଞ୍ଚବାର୍ଷିକୀ (୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ) ରିପୋର୍ଟ ୨୦୨୫ ଅକ୍ଟୋବର ୩୧ ସୁଦ୍ଧା ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ। ଟିକସ ଓ ରାଜ୍ୟଗୁଡ଼ିକର ରାଜସ୍ବ ବୃଦ୍ଧି ପଦକ୍ଷେପ ସହ କମିଶନ ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ବଳରେ ଗଠିତ ବିପର୍ଯ୍ୟୟ ମୁକାବିଲା ପଦକ୍ଷେପ ନିମନ୍ତେ ପାଣ୍ଠିଯୋଗାଣ ପାଇଁ ରହିଥିବା ବର୍ତ୍ତମାନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବେ। ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନାମ ଶୀଘ୍ର ଚୂଡ଼ାନ୍ତ କରାଯିବ। କମିଶନଙ୍କ ଟିଓଆର୍‌ ସମ୍ପର୍କରେ ଉଚିତ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଏକ ସରକାରୀ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri