ଆଜି ରାଜ୍ୟରୁ ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରାଜ୍ୟରୁ ସୋମବାର ୧୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୬୮ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୨୫ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୨ ଏବଂ ସମ୍ବଲପୁରରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୮, ବରଗଡ଼ ୨, ଭଦ୍ରକ ୧, ବଲାଙ୍ଗୀର ୧, ବୌଦ୍ଧ ୫, କଟକ ୧୧, ଦେବଗଡ଼ ୨, ଢେଙ୍କାନାଳ ୨, ଗଜପତି ୩, ଯାଜପୁର ୬, ଝାରସୁଗୁଡ଼ା ୧, କଳାହାଣ୍ଡି ୧, କେନ୍ଦ୍ରାପଡ଼ା ୩, କୋରାପୁଟ ୧, ମୟୂରଭଞ୍ଜ ୫, ନବରଙ୍ଗପୁର ୨, ନୟାଗଡ଼ ୧୩, ନୂଆପଡ଼ା ୩, ପୁରୀ ୧୩, ରାୟଗଡ଼ାରୁ ୪ ଏବଂ ସୋନପୁରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୩,୩୩୨ରେ ପହଞ୍ଚିଥିବା ବେଳେ ୧୩,୨୨,୬୪୯ ଜଣ ସୁସ୍ଥ ହୋଇଛନ୍ତି। ୧୪୩୯ ଜଣ ଚିକିିତ୍ସିତ ହେଉଛନ୍ତି।