ସୁନ୍ଦରଗଡ଼ ଜିଲାରେ ଏମ୍‌‌ସିଏଲ୍‌‌ ସହଯୋଗରେ ପ୍ରତିଷ୍ଠା ହେବ ୧୬ ଶହ ମେଗାୱାଟ୍‌‌ ତାପଜ ବିଦ୍ୟୁତ୍‌‌ କେନ୍ଦ୍ର

ସୁନ୍ଦରଗଡ଼,୧୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌‌ କମିଟି ବୈଠକରେ ଇକ୍ୟୁଟି ନିବେଶ ଜରିଆରେ ଦୁଇଟି ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଏହି ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ସ୍ଥାପନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରସ୍ତାବିତ ପ୍ଲାଣ୍ଟ ୧୬ ଶହ ମେଗାୱାଟ୍‌‌ କ୍ଷମତାର ଶକ୍ତି ଉତ୍ପାଦନ କରିବ।

ମହାନଦୀ କୋଲ ଫିଲ୍‌‌ଡ ଲିମିଟେଡ (ଏମ୍‌‌ସିଏଲ୍‌‌) ପକ୍ଷରୁ ତାପଜ ବିଦ୍ୟୁତ୍‌‌ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ତାପଜ ବିଦ୍ୟୁତ୍‌‌ କେନ୍ଦ୍ର ସ୍ଥାପନ ପାଇଁ ଆନୁମାନିକ ୧୫ ହଜାର ୯୪୭ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ।