କର୍ଲାମୁଣ୍ଡା, ୨୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ୧୬ ଜଣ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପଦୋନ୍ନତି ମିଳିଥିବା ଜଣାପଡ଼ିଛି। ଏଥିରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ ଜଣ ଶିକ୍ଷକଙ୍କୁ ଲେଭେଲ-ଥ୍ରୀ ପ୍ରଧାନଶିକ୍ଷକ ଏବଂ ପ୍ରାଥମିକ ବିଦ୍ୟାଳୟର ୩ ଜଣ ଶିକ୍ଷକଙ୍କୁ ସିନିୟର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ଦିଆଯାଇଛି।
ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଲେଭେଲ-ଥ୍ରୀ ପ୍ରଧାନଶିକ୍ଷକ ଭାବେ ଉଜ୍ଜ୍ୱଳ କୁମାର ସାହୁ, ମନୋଜ କୁମାର ମିଶ୍ର, ଦୁର୍ଗା ପ୍ରସାଦ ସାହୁ, ପାର୍ଥବ ସାହୁ, ସୂର୍ଯ୍ୟମଣି ରଣା, ବାବୁଲି ଚରଣ ପରିଡ଼ା, ପ୍ରତିମା ନନ୍ଦ, ସନ୍ଧ୍ୟାରାଣୀ ନାଏକ, ଧବଳେଶ୍ୱର ସାହୁ, ଚନ୍ଦ୍ରକାନ୍ତି ସୁନା, ପ୍ରଦୀପ୍ତ କିଶୋର ରଣା, ଜଗମୋହନ ଭୋଇ ଓ ଜିତେନ୍ଦ୍ର କମ୍ପ ପଦୋନ୍ନତି ପାଇଛନ୍ତି। ସେହିପରି ପ୍ରାଥମିକ ବିଦ୍ୟାଳୟର ତ୍ରିଭୁବନ ନାଗ, ପୂର୍ଣ୍ଣଚନ୍ଦ୍ର ରଣା ଓ ବିଭୂତି ଭୂଷଣ ସେଠଙ୍କୁ ସିନିୟର ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ମିଳିଛି।
ଏହି ଅବସରରେ ସୋମବାର କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ପଦୋନ୍ନତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ନିଜେ ଉପସ୍ଥିତ ରହି ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପଦୋନ୍ନତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି।