ଗଞ୍ଜାମରେ ଆଉ ୧୮ କରୋନା ଯୋଦ୍ଧା ପଜିଟିଭ

ଛତ୍ରପୁର, ୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରୁ ଶନିବାର ନୂଆ ୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୮ଜଣ କରୋନା ଯୋଦ୍ଧା ରହିଛନ୍ତି। ପୁରୁଷୋତ୍ତମପୁରରେ ଜଣେ ସୁରଟ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ୩୯ ଜଣ କଣ୍ଟାକ୍ଟ ଟ୍ରେସିଂରୁ ପଜିଟିଭ ଜଣାପଡିଛନ୍ତି। ଏ ନେଇ ଗଞ୍ଜାମ ଜିଲାପାଳ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ମୋଟ ବର୍ତ୍ତମାନ ସୁଦ୍ଧା ୧୧୯୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧୧ଜଣ ସୁସ୍ଥ ହୋଇଥିବା ବେଳେ ୩୭୫ ଚିକିତ୍ସାଧିନ ଅଛନ୍ତି।