ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର କୁମ୍ଭୀରକୁ ଉଦ୍ଧାର କରିଛି ।

ବ୍ରାହ୍ମଣୀ ନଦୀକୁ ସଂଯୋଗ ଥିବା ଏହି ନାଳକୁ କୁମ୍ଭୀରଟି ଚାଲିଆସିଥିଲା। ଲୋକମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ । ଫରେଷ୍ଟର ବିଜୟକୁମାର ପାତ୍ରଙ୍କ ନେତୃତ୍ୱରେ ବନକର୍ମଚାରୀମାନେ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଧରିବାକୁ ସକ୍ଷମ ହୋଇଥିଲେ। କୁମ୍ଭୀରକୁ ଉଦ୍ଧାର କରିବା ପରେ ଡାଙ୍ଗମାଳ କନିକା ରେଞ୍ଜ (ଭିତରକନିକା)ରେ ଛାଡିଦେଇଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily

Share