Advertisement

ଜୁମାଡଙ୍ଗକୁ ଫେରିଲେ ୧୬ ପରିବାର

ମାଲକାନଗିରି, ୧୫ା୧୧(ଡି.ଏନ.ଏ.): ଓଡିଶା ସୀମାନ୍ତ ଅଞ୍ଚଳରେ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଭତ୍ତା, ଆଧାର କାର୍ଡ, ଭୋଟର କାର୍ଡ ପ୍ରଦାନ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ମାଲକାନଗିରି ଜିଲା ଚିତ୍ରକୋଣ୍ଡାରେ ଥିବା ସ୍ବାଭିମାନ ଅଞ୍ଚଳର ଧୁଳିପୂଟ ପଞ୍ଚାୟତ ଅଧୀନ ଜୁମାଡଙ୍ଗ ଗ୍ରାମ ଆନ୍ଧ୍ର ବିଭିନ୍ନ ଯୋଜନା କରି ଲୋକଙ୍କୁ ନିଜ ସପକ୍ଷରେ ନେବା ଲାଗି ଉଦ୍ୟମ କରୁଥିଲା। ଏହି ଖବର ପାଇ ଜିଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ରାସ୍ତା ନିର୍ମାଣ, ଅଙ୍ଗନଓ୍ବାଡି କେନ୍ଦ୍ର, ବିଦ୍ୟୁତ ସେବା, ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା କରିଛି। ଫଳରେ ଆନ୍ଧ୍ରମୁହାଁ ହୋଇଥିବା ୧୬ ପରିବାର ନିଜ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଦେଖି ଗ୍ରାମକୁ ଫେରିଛନ୍ତି। ଏହି ଗ୍ରାମରେ ମୋଟ ୨୭ଟି ପରିବାର ବସବାସ କରନ୍ତି। କିଛିଦିନ ତଳେ ମାଲକାନଗିରି ଜିଲାର ବହୁ ଅଧିକାରୀ ଏହି ଗ୍ରାମକୁ ଗସ୍ତ କରି ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ ଅଞ୍ଚଳରେ କିପରି ଆହୁରି ଅଧିକ ସୁବିଧା ପହଞ୍ଚାଇ ହେବ ସେନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କେବଳ ଏହି ଗୋଟିଏ ଗ୍ରାମ ନୁହେଁ, ଚିତ୍ରକୋଣ୍ଡା ବ୍ଲକରେ ୭୦ରୁ ଊର୍ଦ୍ଧ୍ୱ ଗ୍ରାମ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଥିବାରୁ ଏଠାରେ ଆନ୍ଧ୍ର ପକ୍ଷରୁ ଲୋକଙ୍କୁ ପ୍ରଲୋଭିତ କରିବାକୁ ସର୍ବଦା ଉଦ୍ୟମ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକନ୍ୟାଙ୍କୁ ଉଠାଇନେଇ ବଳାତ୍କାର

ପୁରୀ ଅଫିସ,୨୪ା୧: ପୁରୀ ଟାଉନ ଥାନା ଅଞ୍ଚଳରେ ରବିବାର ଜଣେ ଶିଶୁକନ୍ୟା(୫)ଙ୍କୁ ବଳାତ୍କାର କରାଯାଇଛି। ଏହି ଲଜ୍ଜାଜନକ ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ...

ଅସହାୟଙ୍କ ଦେବଦୂତ ସାଜିଲେ ଦୁଇବନ୍ଧୁ

ବରଗଡ଼ ଅଫିସ୍‌,୧୯।୪-କରୋନା ବିପର୍ଯ୍ୟୟ ସମୟରେ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲସ୍ତଲା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବୈଲୋଚନ ପ୍ରଧାନ ଏବଂ ଜୀବନ ବୀମା ନିଗମ(ଏଲଆଇସି)ରେ...

ସ୍ବାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ସମ୍ବର୍ଦ୍ଧିତ

ପାଟଣା,୮ା୯(ସ୍ବ.ପ୍ର.): ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ଭୁବନେଶ୍ୱରରୁ ବାହାରିଥିବା ଅହିଂସା ରଥ ଗୁରୁବାର ପାଟଣା ବ୍ଲକ ମଲ୍ଲିପଶି ଜନତା ହାଇସ୍କୁଲ ଓ ପରେ ପାଟଣା ମୁଖ୍ୟାଳୟ...

ହାତ ଛାଡ଼ିଲେ ଜର୍ଜ ତିର୍କୀ

ସୁନ୍ଦରଗଡ଼,୧୭।୪(ଡି.ଏନ୍‌.ଏ.): କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ପିସିସି...

ଚୋରାଚାଲାଣ ଧରାପଡ଼ିବା ପରେ ଚେଇଁଲା ପ୍ରଶାସନ: କୋକସରା ବ୍ଲକର ୪ ସାର ଦୋକାନ ଉପରେ ଚଢ଼ାଉ

କୋକସରା,୨୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ସାର ଚୋରା ଚାଲାଣ ହେଉଥିବା ବେଳେ ଗତ ରବିବାର ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଜବତ...

କରୋନା ମୁକାବିଲା: ସହଯୋଗ ପାଇଁ ହାତ ଯୋଡ଼ିଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା ଅଫିସ,୩।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ରାଜ୍ୟକୁ ଲାକ୍‌ଡାଉନ କରାଯାଇଥିଲେ ମଧ୍ୟ କିଛି ଲୋକ ଏହାକୁ ଉଲ୍ଲଂଘନ କରୁଛନ୍ତି। କାର୍ଯ୍ୟାନୁଷ୍ଠାନ ନେଲେ...

ଛତ୍ରବଜାରରେ ପିଆଜ ଦର ୧୨୦ ଛୁଇଁଲା

କଟକ ଅଫିସ୍‌,୪।୧୨: ଗଲା କିଛି ଦିନ ଧରି ପିଆଜର ଉତ୍କଟ ଅଭାବ ସୃଷ୍ଟି ହୋଇଥିବା ବେଳେ ବୁଧବାର ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ...

୫୦ ହେକ୍ଟର ଚାଷଜମି ପଡ଼ିଆ

ରଘୁନାଥପୁର,୨୭।୭(ଡି.ଏନ.ଏ.): ଶାଖା କେନାଲରେ ପାଣି ନ ଆସିବାରୁ ୫୦ ହେକ୍ଟର ଚାଷ ଜମି ପଡ଼ିଆ ପଡିଛି। ଏହାଛଡ଼ା କଟକ-ପାରାଦୀପ ରେଳ ଲାଇନ ତଳେ ଯାଇଥିବା କେନାଲରେ...

Advertisement
Archives

Model This Week