Posted inଜାତୀୟ

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ ହୋଇଛି। ବିଷାକ୍ତ ଘୋଷିତ ଔଷଧ ମଧ୍ୟରେ ରହିଛି ରକ୍ତଚାପ ନିୟନ୍ତ୍ରଣ ପାଇଁ ବହୁଳ ବ୍ୟବହୃତ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲର ଟେଲ୍‌ମା ଏଚ୍‌, ପିତ୍ତାଶୟ ପଥୁରୀ ଚିକିତ୍ସା ପାଇଁ ବ୍ୟବହୃତ ସନ୍‌ ଫାର୍ମାସ୍ୟୁଟିକାଲର ଓସ୍ରୋକଲ୍‌-୩୦୦, ଫୁସ୍‌ଫୁସୀୟ ଧମନୀ ଉଚ୍ଚ ରକ୍ତଚାପ ଚିକିତ୍ସାରେ ଲାଗୁଥିବା ପୁଲମୋସିଲ୍‌ ଇଞ୍ଜେକ୍‌ାନ ଏବଂ ଗ୍ୟାଷ୍ଟ୍ରିକ୍‌ ଚିକିତ୍ସା ପାଇଁ ପାଣ୍ଟୋସିଡ୍‌। ବିଦେଶରେ କେତେକ ଭାରତୀୟ ଔଷଧ ମାନକ ପରୀକ୍ଷାରେ ଫେଲ୍‌ ମାରିବା ପରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ଏବଂ ରାଜ୍ୟ ଔଷଧ ନିୟନ୍ତ୍ରକ (ଏସ୍‌ଡିସି)ଗୁଡ଼ିକ ଗତ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧ କମ୍ପାନୀ ପରିସରରେ ଅନୁଧ୍ୟାନ କରିଥିଲେ। ୩୦୦ରୁ ଅଧିକ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଉତ୍ପାଦନ ଅର୍ଡର ବନ୍ଦ କରିବା, ସ୍ଥଗିତ ରଖିବା, ଲାଇସେନ୍ସ ବାତିଲ ଆଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ନିୟାମକ ଡେଟାବେସ୍‌ ଦ୍ୱାରା ପାଜିଭା-୪୦, ପାଣ୍ଟୋମେଡ୍‌-୪୦, ସେଫିକ୍ସାଇମ୍‌ ଓରାଲ ସସ୍ପେନ୍‌ଶନ ଆଇପି, ମକ୍ସିମେଡ୍‌ ସିଭି, ଫ୍ରୁସ୍‌ମାଇଡ୍‌ ଇଞ୍ଜେକ୍‌ଶନ ଆଇପି ୨୦ ଏମ୍‌ଜି, ନୋଡୋସିସ୍‌ ଟାବ୍‌ଲେଟ୍‌, ପାଣ୍ଟୋପ୍ରାଜୋଲ ଇଞ୍ଜେକ୍‌ଶନ, ବିଭି ୪୦ ଏମ୍‌ଜି ଉପଯୁକ୍ତ ମାନର ହୋଇ ନ ଥିବା ତାଲିକାରେ ରଖାଯାଇଥିଲା। ତେବେ ରଦ୍ଦ ହୋଇଥିବା ଏକ ନିର୍ଦ୍ଦିଷ୍ଟ ବ୍ୟାଚ୍‌ର ଔଷଧକୁ ସନ୍‌ ଫାର୍ମାସ୍ୟୁଟିକାଲ୍ସ ଏବଂ ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ ଉତ୍ପାଦନ କରି ନ ଥିବା ଡିସିଜିଆଇକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri