Categories: ଗଞ୍ଜାମ

୧୬ ଏକର ଜମିରୁ ନଷ୍ଟ କରାଗଲା ୧୯,୨୦୦ ଗଞ୍ଜେଇ ଗଛ

ଦିଗପହଣ୍ଡି,୧୦ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଅଧୀନରେ ଥିବା ରାମଚନ୍ଦ୍ରପୁର ପାହାଡ଼ର ୧୬ ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ପୋଲିସ। ଏହି ପାହାଡ଼ରେ ଦୀର୍ଘଦିନ ହେଲା ଗଞ୍ଜେଇ ଚାଷ ଚାଲିଥିବା ଗୁଇନ୍ଦା ସୂଚନା ପାଇ ଅବକାରୀ କମିଶନର ଆଶିଷ କୁମାର ସିଂ ଓ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜିଲା  ଅବକାରୀ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାହାକ, ଅବକାରୀ ନିରୀକ୍ଷକ ମିହିର କୁମାର ସେଠୀ,ଉପ-ଅଧୀକ୍ଷକ ବିଜୟ କୁମାର ଧାରୁଆ,ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ ଓ ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ପ୍ରମୁଖ ପୋଲିସ ଓ ଅବକାରୀ କର୍ମଚାରୀମାନେ ଶନିବାର ଅତର୍କିତ ଭାବେ ଚଢ଼ାଉ କରି ୧୯୨୦୦ ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି। ଏ ସମସ୍ତ ଗଞ୍ଜେଇ ଗଛକୁ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ତତ୍ତ୍ୱାବଧାନରେ ପୋଡ଼ି ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଏସ୍‌.ଆଇ ସନ୍ତୋଷ କୁମାର ସାହୁ,ତପସ୍ବିନୀ ବରାଳ,ଶୁଭସ୍ମିତା ସାହୁ,ସୁସିଲ୍‌ ସଙ୍ଗିତା ମହାପାତ୍ର, ଏଏସ୍‌ଆଇ ବସନ୍ତ ବେହେରା,ଅଜୁ କୁମାର ସାହୁ, ଜି.କ୍ରୀଷ୍ଣାରାଓ, ଡମ୍ବୁରୁ ପ୍ରସାଦ ବେହେରା, ଗୋବିନ୍ଦ ବେହେରା,ଏନ୍‌.ତ୍ରୀପତି,ସ୍ବୟମ୍ଭୁୁ କହଁର,ନୀର ବେହେରା,ଆଲ୍‌ଫାଲତା ସାହୁ ପ୍ରମୁଖ ଗୋଳନ୍ଥରା,ଚିକିଟି ,ଦିଗପହଣ୍ଡି ଅବକାରୀ ପୋଲିସ,ଦିଗପହଣ୍ଡି ବନ ବିଭାଗ ଓ ପାଟପୁର ପୋଲିସ କର୍ମଚାରୀମାନେ ସାମିଲ ଥିଲେ।