Posted inଖେଳ

ପଞ୍ଚାବ ଆଗରେ ୧୫୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନର ଶେଷ ଲିଗ୍‌ ତଥା ୭୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ୱର କୁମାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ୍‌ କରିଛି ହାଇଦ୍ରାବାଦ। ଫଳରେ ପଞ୍ଚାବ କିଙ୍ଗ୍ସ ଆଗରେ ୧୫୮ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ହାଇଦ୍ରାବାଦ।

ହାଇଦ୍ରାବାଦ ଆରମ୍ଭରୁ ପ୍ରିୟମ୍‌ ଗର୍ଗ(୪)ଙ୍କ ଉଇକେଟ ହରାଇଥିଲା। ହେଲେ ଅଭିଶେଷ ଶର୍ମା ଏବଂ ରାହୁଲ ତ୍ରିପାଠୀ କିଛି ସମୟ ଧର୍ଯ୍ୟର ସହ ଖେଳି ଦଳକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଦୁହେଁ ଦ୍ୱିତୀୟ ଉଇକେଟ ପାଇ ୬୧ ରନ୍‌ ଯୋଡିଥିଲେ। ହେଲେ ରାହୁଲ ୨୦ ରନ୍‌(୧ ଚଉକା ଏବଂ ୧ ଛକା) କରିଥିବା ବେଳେ ଅଭିଶେଷ ୪୩ରନ୍‌(୫ ଚଉକା ଏବଂ ୨ ଛକା) କରି ଆଉଟ୍‌ ହୋଇଯାଇଥିଲେ। ସେହିପରି ଆଡେନ୍‌ ମାର୍କ୍ରମା ୨୧ ରନ୍‌(୨ ଚଉକା) କରି ଆଉଟ ହେବା ପରେ ଦଳ ସଙ୍କଟରେ ପଡିଯାଇଥିଲା। ଏଭଳି ସ୍ଥତିରେ ୱାଶିଂଟନ ସୁନ୍ଦର ଏବଂ ରୋମାରିଓ ଶେଫାର୍ଡ ଦଳକୁ ସମ୍ଭାଲି ଥିଲେ। ୱାଶିଂଟନ ସୁନ୍ଦର ୨୫ ରନ୍‌ (୩ ଚଉକା ଏବଂ ୧ ଛକା) କରିଥିବା ବେଳେ ରୋମାରିଓ ଶେଫାର୍ଡ ୨୬ ରନ୍‌ (୨ ଚଉକା ଏବଂ ୨ ଛକା) କରି ଅପରାଜିତ ରହିଥିଲେ। ଫଳରେ ଦଳ ୧୫୭ ରନ୍‌ କରିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri