Posted inଜାତୀୟ

ଜାତୀୟ ଦଳଙ୍କୁ ଅଜଣା ସୂତ୍ରରୁ ମିଳିଛି ୧୫,୦୭୭ କୋଟି

ନୂଆଦିଲ୍ଲୀ,୨୭ା୮ (ପି.ଟି.): ଜାତୀୟ ରାଜନୈତିକ ଦଳଗୁଡ଼ିକ ୨୦୦୪-୦୫ରୁ ୨୦୨୦-୨୧ ଆର୍ଥତ୍କ ବର୍ଷ ମଧ୍ୟରେ ଅଜଣା ସୂତ୍ରରୁ ୧୫,୦୭୭.୯୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗ୍ରହ କରିଛନ୍ତି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। କେବଳ ୨୦୨୦-୨୧ ବର୍ଷରେ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଅଜଣା ସୂତ୍ରରୁ ମୋଟ ଆୟ ପରିମାଣ ୬୯୦.୬୭ କୋଟି ଟଙ୍କା ବୋଲି ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। ୮ଟି ଜାତୀୟ ଏବଂ ୨୭ ଆଞ୍ଚଳିକ ଦଳର ଆୟ ଉପରେ ଏଡିଆର୍‌ ଏହି ବିଶ୍ଲେଷଣ କରିଥିଲା। ଜାତୀୟ ଦଳ ମଧ୍ୟରେ ଅଛନ୍ତି ଭାଜପା, କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ(ଏମ୍‌), ଏନ୍‌ସିପି, ବିଏସ୍‌ପି, ସିପିଆଇ ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି। ଦଳଗୁଡ଼ିକର ଆୟକର ରିଟର୍ନ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେମାନେ ଦାଖଲ କରିଥିବା ଚାନ୍ଦା ବିବରଣୀକୁ ଅନୁଧ୍ୟାନ କରାଯାଇଥିଲା। ୨୦୨୦-୨୧ ଆର୍ଥତ୍କ ବର୍ଷରେ ୮ ଜାତୀୟ ରାଜନୈତିକ ଦଳଙ୍କୁ ଅଜଣା ସୂତ୍ରରୁ ୪୨୬.୭୪ କୋଟି ମିଳିଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ଏହି ସୂତ୍ରରୁ ୨୬୩.୯୨୮ କୋଟି ଟଙ୍କା ପାଇଛନ୍ତି। ଉକ୍ତ ବର୍ଷରେ କଂଗ୍ରେସ ଅଜଣା ସୂତ୍ରରୁ ୧୭୮.୭୮୨ କୋଟି ଟଙ୍କା ପାଇଥିବାବେଳେ ଭାଜପା ୧୦୦.୫୦୨ କୋଟି ଟଙ୍କା ପାଇଛି। ଅଜଣା ସୂତ୍ରରୁ ସର୍ବାଧିକ ଚାନ୍ଦା ପାଇଥିବା ଆଞ୍ଚଳିକ ଦଳ ମଧ୍ୟରେ ଅଛନ୍ତି ଓ୍ବାଇଏସ୍‌ଆର୍‌ କଂଗ୍ରେସ, ଡିଏମ୍‌କେ, ବିଜେଡି, ଏମ୍‌ଏନ୍‌ଏସ୍‌ ଏବଂ ଏଏପି। ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ୯୬.୨୫୦୭ କୋଟି ମିଳିଥିବାବେଳେ ଡିଏମ୍‌କେକୁ ୮୦.୦୨ କୋଟି, ବିଜେଡିକୁ ୬୭ କୋଟି, ଏମ୍‌ଏନ୍‌ଏସ୍‌କୁ ୫.୭୭୩ କୋଟି ଏବଂ ଆମ୍‌ ଆଦ୍‌ମୀ ପାର୍ଟିକୁ ୫.୪ କୋଟି ଟଙ୍କା ମିଳିଛି। ଆଞ୍ଚଳିକ ଦଳଗୁଡ଼ିକର ମୋଟ ଆୟର ୪୭.୦୬ ପ୍ରତିଶତ ଇଲେକ୍ଟୋରାଲ ବଣ୍ଡ୍‌ରୁ ଆସିଛି। ୨୦୦୪-୦୫ରୁ ୨୦୨୦-୨୧ ମଧ୍ୟରେ କଂଗ୍ରେସ ଏବଂ ଏନ୍‌ସିପି କୁପନ ବିକ୍ରିରୁ ୪,୨୬୧.୮୩ କୋଟି ଟଙ୍କା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri