ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ

ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଜିଲାରେ ୩୧୪ ଡାକ୍ତର ପଦବୀ ଅନୁମୋଦିତ ରହିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ମାତ୍ର ୧୬୪ ଡାକ୍ତର ରହିଛନ୍ତି। ଏପରିକି ଜିଲାରେ ଶିଶୁ ଚିକିତ୍ସା ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୬ ଶିଶୁ ବିଶେଷଜ୍ଞ ପଦବୀ ଅନୁମୋଦିତ ରହିଥିବାବେଳେ ସେଥିମଧ୍ୟରୁ ମାତ୍ର ୩ ଡାକ୍ତର ରହିଥିବା ବେଳେ ୧୩ ଡାକ୍ତର ପଦବୀ ଖାଲି ରହିଛି। ଫଳରେ ଶିଶୁଙ୍କ ଚିକିତ୍ସା ପାଇଁ ଅଭିଭାବକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଜିଲାରେ ଶିଶୁଙ୍କ ଜରୁରିକାଳୀନ ଚିକିତ୍ସା ଓ ଅପରେଶନ ପାଇଁ ଶିଶୁ ବିଭାଗ ଆଶୁ ଚିକିତ୍ସା କେନ୍ଦ୍ର (ପିଆଇସିୟୁ) ନିର୍ମାଣ ଶେଷ ହୋଇ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ତେବେ ଏହି ପିଆଇସିୟୁ ପାଇଁ ଆବଶ୍ୟକ ରହିଥିବା ପ୍ରଶିକ୍ଷିତ ଡାକ୍ତର ଓ ଷ୍ଟାଫ୍‌ ନର୍ସର ଅଭାବ ରହିଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରୁ ନ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କୋଭିଡ୍‌ ସମୟରେ ଶିଶୁଙ୍କ ଜୀବନ ସୁରକ୍ଷା ପାଇଁ ଇସିଆର୍‌ପି-୨ ଯୋଜନାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ଏହି ପିଆଇସିୟୁକୁ ପୂର୍ତ୍ତ ବିଭାଗ ନିର୍ମାଣକରି ହସ୍ତାନ୍ତର କରିଥିଲା। ତେବେ ଏହା ନିର୍ମାଣ ସରି ଇତିମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଆନ୍ତରିକତା ଅଭାବ କାରଣରୁ ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ଗୁରୁତର ଅବସ୍ଥାରେ ଶିଶୁମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ୁଛି। ଏପରିିକି ଏହି ପିଆଇସିୟୁ ଆରମ୍ଭ ହୋଇ ନ ଥିବାରୁ ଗୁରୁତର ଅବସ୍ଥାରେ ଶିଶୁଙ୍କ ଜୀବନ ମଧ୍ୟ ଚାଲିଯାଉଥିବା ଅଭିଯୋଗ ହେଉଛି। ପିଆଇସିୟୁ ଆରମ୍ଭ ହେଲେ ଗୁରୁତର ଅବସ୍ଥାରେ ଆସୁଥିବା ଶିଶୁମାନଙ୍କୁ ୨୪ ଘଣ୍ଟା ଆଇସିୟୁ ସୁବିଧା ମିଳିପାରିବ। ହେଲେ ଏଥିପାଇଁ ଅତି କମ୍‌ରେ ୩ ଜଣ ଡାକ୍ତର ଓ ପାଖାପାଖି ୧୨ରୁ ୧୫ ଷ୍ଟାଫ ନର୍ସ ଆବଶ୍ୟକ ବୋଲି ମେଡ଼ିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଏହାର ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନିଂ ସରିଥିଲେ ମଧ୍ୟ ଷ୍ଟାଫ ନର୍ସଙ୍କୁ ଟ୍ରେନିଂ ମିଳି ନ ଥିବା କୁହାଯାଉଛି। ଅନ୍ୟପକ୍ଷେ ପିଆଇସିୟୁ କାର୍ଯ୍ୟକ୍ଷମ ନ ହୋଇ ବନ୍ଦ ପଡ଼ିଥିବାରୁ ସେଠାରେ ଲାଗିଥିବା ବିଭିନ୍ନ ଆଧୁନିକ ଯନ୍ତ୍ରାଂଶ ନଷ୍ଟହେବାକୁ ବସିଲାଣି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ ଭେଷଜ ଡାକ୍ତର ସଂଜ୍ଞା ଦାସ ପିଆଇସିୟୁ ପରିଚାଳନା ନିମନ୍ତେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଶିକ୍ଷଣ ସାରି ଫେରିବା ପରେ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ତେବେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଯଥାଶୀଘ୍ର ପିଆଇସିୟୁକୁ କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳବାସୀଙ୍କୁ ସୁବିଧା ମିଳିପାରିବ ବୋଲି ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri