ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର,୪।୩: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଆସିବେ। ଏ ନେଇ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ପୋଲିସ କମିଶନରଙ୍କ କହିବା ଅନୁସାରେ ଏୟାରପୋର୍ଟରୁ ଗଭର୍ନର ହାଉସ ପର୍ଯ୍ୟନ୍ତ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଦାୟିତ୍ୱରେ ୬ ଜଣ ଡିସିପି ଓ ଅତିରିକ୍ତ ଡିସିପି ନିୟୋଜିତ ହେବେ। ୧୦ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୬୯ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ପଣ୍ଡା କହିଛନ୍ତି।
ସେ ଆହୁରି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୬ ଜଣ କନଷ୍ଟେବଳ ଓ ୧୧ ଜଣ ହାବିଲଦାର ନିୟୋଜିତ ହେବେ। ୫୦ ଜଣ ବନ୍ଧୁକଧାରୀ ପୁଲିସ ଏୟାରପୋର୍ଟ ବାହାରେ ମୁତୟନହେବେ । ଡଗ ସ୍କ୍ବାର୍ଡ ଓ ବମ ସ୍କ୍ବାର୍ଡ  ମଧ୍ୟ ନିୟୋଜିତ ହେବେ ବୋଲି  ପଣ୍ଡା କହିଛନ୍ତି।