କ୍ରିପ୍ଟୋ ନାଁରେ ୧୫ କୋଟିର ଠକେଇ

ବଲାଙ୍ଗୀର, ୨୧ା୧ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀରରୁ ପରିଚାଳିତ ଏକ ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ସ୍ଥାନୀୟ ପୋଲିସ। ଏହି କ୍ରିପ୍ଟୋକରେନ୍ସି ଜରିଆରେ ପ୍ରାୟ ୧୫ କୋଟି ଟଙ୍କାର ଠକେଇ ବା ଲୁଟ୍‌ କରାଯାଇଛି। ର଼୍ୟାକେଟର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ୮ ଲକ୍ଷ ୩୪ହଜାର ୩ଶହ ନଗଦ ଟଙ୍କା ଜବତ କରାଯାଇଛି ଓ ବିଭିନ୍ନ ବ୍ୟାଙ୍କରେ ୫୫ଲକ୍ଷରୁ ଅଧିକ ଟଙ୍କାର ଆକାଉଣ୍ଟକୁ ଫ୍ରିଜ୍‌ଡ କରାଯାଇଛି। ମର୍ସିଡିଜ୍‌ କାର ସମେତ ୪ଟି କାର୍‌, ୫ଟି ବାଇକ୍‌, ୭ଟି ଲାପ୍‌ଟପ୍‌ ଓ କମ୍ପ୍ୟୁଟର, ୨୫ଟି ମୋବାଇଲ ଫୋନ୍‌, ୧ଟି ଟାବଲେଟ୍‌, ଅନ୍ୟାନ୍ୟ ଡିଜିଟାଲ ଉପକରଣ ଜବତ କରାଯାଇଛି। ସୁଦପଡାଠାରେ ଥିବା ଅଫିସ ସିଲ୍‌ କରାଯାଇ ସେଠାରୁ ୪୦ ଲକ୍ଷ ଟଙ୍କାର ଜିନିଷପତ୍ର ଏବଂ ପାଟଣାଗଡ ରାସ୍ତା ପ୍ରାଣୀଧନ ଚିକିତ୍ସାଳୟ ସମ୍ମୁଖ ଏକ ଦୋକାନ ଘରକୁ ସିଲ୍‌ କରାଯାଇ ସେଠାରୁ ୩୫ ଲକ୍ଷ ଟଙ୍କାର ଲୁଗାପଟା ସାମଗ୍ରୀକୁ ଜବତ କରାଯାଇଛି। ଅଭିଯୁକ୍ତମାନେ ବିନା ବ୍ଳକ୍‌ଚେନ୍‌ ଏବଂ ବେକିଂରେ ୨୦୨୨ ଜୁଲାଇରେ ୧୦୦୦ କୋଟିର ଡାଏକନ୍‌ ଟୋକନ୍‌, ୨୦୨୨ ଅଗଷ୍ଟରେ ତାଲିକାଭୁକ୍ତ ନିଜସ୍ବ କ୍ରିପ୍ଟୋ ଏକ୍ସଚେଞ୍ଜ ଏବଂ ୨୦୨୩ ଏପ୍ରିଲରେ ଡାଏଫିନେକ୍ସ ନାଁରେ ଏକ ନକଲି କ୍ରିପ୍ଟୋ ଏକ୍ସଚେଞ୍ଜ ବିକାଶିତ କରିଥିଲେ। ଏହି କ୍ରିପ୍ଟୋ ଟୋକନ୍‌ର ୧.୫ ପ୍ରତିଶତ ବଜାରରେ ଉପଲବ୍ଧ କରି ପ୍ରାୟ ୨୦୦୦ ନିବେଶକଙ୍କଠାରୁ ୧୨ରୁ ୧୫ କୋଟି ଟଙ୍କା ଠକେଇ କରିଛନ୍ତି। ନିବେଶକଙ୍କୁ ଠକେଇ କରିବା ପାଇଁ ଅଭିଯୁକ୍ତମାନେ ଇ-ରିଚାର୍ଜ ପରି ଏକାଧିକ ୟୁଟିଲିଟି ପେମେଣ୍ଟ ସିଷ୍ଟମ ବ୍ୟବହାର କରିଛନ୍ତି। ଏଥିସହ ପେଗ୍‌ମାଷ୍ଟୋର ମାଧ୍ୟମରେ ଇ-ବାଣିଜ୍ୟ, ଡିପୋଗୋ ମାଧ୍ୟମରେ ଖେଳ, ଇ-ଲର୍ନିଂ ଜରିଆରେ ଅଭିନବ ଏବଂ ଲୋଭନୀୟ ଯୋଜନା ଏବଂ ଅଫର୍‌ ପ୍ରସ୍ତୁତ କରିଛନ୍ତି। ଇଣ୍ଟରନେଟ୍‌ ଏବଂ ୟୁଟୁବ୍‌ରେ ଡାଇକନ୍‌ ଟୋକନ୍‌ର ଲୋଭନୀୟ ବିଜ୍ଞାପନ କରି ନିବେଶକଙ୍କୁ ଆକୃଷ୍ଟ କରିଛନ୍ତି। ନିବେଶକଙ୍କୁ ମାଗଣାରେ ଥାଇଲାଣ୍ଡ, ଗୋଆ ଏବଂ ଦୁବାଇ ଟୁର୍‌ ପ୍ୟାକେଜ୍‌ର ଅଫର୍‌ ମଧ୍ୟ ଦେଇଛନ୍ତି। ଏଇ ନକଲି କ୍ରିପ୍ଟୋ କରେନ୍ସି ର଼୍ୟାକେଟର ମୁଖ୍ୟ
କୁହାଯାଉଥିବା ପ୍ରଶାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ବୋଲି ଜଣାପଡିଛି। ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀରର ଦୁଷ୍ମନ୍ତ ମେହେର, ହେମନ୍ତ ମେହେର, ଅମିୟ ପ୍ରଧାନ, କୁମାର ପ୍ରଧାନ, କିଶୋର ଦୀପ ଓ ଯାଜପୁର ଜିଲାର ସୁବ୍ରତ ଓଝା।
ବଲାଙ୍ଗୀର ଏସ୍‌ପି ଋଷିକେଶ ଖିଲାରୀ ଶନିବାର ସ୍ଥାନୀୟ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ କରି ନକଲି କ୍ରିପ୍ଟୋକରେନ୍ସି ର଼୍ୟାକେଟର ପର୍ଦ୍ଦାଫାଶ ସମ୍ପର୍କରେ ବିବରଣୀ ରଖିଥିଲେ। ସେ କହିଥିଲେ ଯେ, ଏକ ସାମାଜିକ ଗଣମାଧ୍ୟମରୁ ପ୍ରଥମେ ସେ ବଲାଙ୍ଗୀରରେ ଏକ ନକଲି କ୍ରିପ୍ଟୋ କରେନ୍ସି ର଼୍ୟାକେଟ ଚାଲିଥିବା ଖବର ପାଇଥିଲେ। ଏହା ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ସେ ସାଇବର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ଏକ ସ୍ବତନ୍ତ୍ର ପୋଲିସ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଥିଲା। ବଲାଙ୍ଗୀର ସୁଦପଡାଠାରେ ମୁଖ୍ୟ ଅଭିଯୁକ୍ତ ମେହେର ଏବଂ ତାଙ୍କ ସହଯୋଗୀମାନେ ପାଗ୍‌ମାଟାଇଡ୍‌ ଆଣ୍ଡ ସଷ୍ଟେନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନଁାରେ ଏକ ସଂସ୍ଥାର ଅଫିସ ଖୋଲିଥିଲେ। ଇଣ୍ଟରନେଟ୍‌ ଜରିଆରେ ଗୁଜରାଟର ଏକ କମ୍ପାନୀ ସହାୟତାରେ ଏବଂ ଉକ୍ତ ସଂସ୍ଥାର ଏକ ୱେବ୍‌ ଆପ୍‌ ଜରିଆରେ ଡାଇକନ୍‌ କଏନ୍‌ ନଁାରେ କ୍ରିପ୍ଟୋ କରେନ୍ସି କାରବାର ଆରମ୍ଭ କରିଥିଲେ। ଉକ୍ତ ସଂସ୍ଥାର ଡିଜିଟାଲ ୱେବ୍‌ସାଇଟ୍‌ ଆଡମିନ୍‌ ଭାବେ ପ୍ରଶାନ୍ତ ଏହାର ପରିଚାଳନା କରୁଥିଲେ। ପ୍ରଥମରୁ ନିବେଶକଙ୍କୁ ଡାଇକନ୍‌ କ୍ରିପ୍ଟୋ ଟୋକନ୍‌ର ମୂଲ୍ୟକୁ ୧୦ ପଇସା ରଖି ନିବେଶକଙ୍କୁ ଆକୃଷ୍ଟ କରିଥିଲେ। ନିଜେ ଏହି ୱେବ୍‌ ଆଡମିନ୍‌ ଥିବାରୁ କୃତ୍ରିମ ଉପାୟରେ ଡାଏକନ୍‌ ଟୋକନ୍‌ ମୂଲ୍ୟକୁ କମ୍‌ ସମୟ ମଧ୍ୟରେ ୯୦ ପଇସାକୁ ବୃଦ୍ଧି କରିଦେଇଥିଲେ। ଡାଇକନ୍‌ କ୍ରିପ୍ଟୋ ଟୋକନ୍‌ର ଏଭଳି ମୂଲ୍ୟବୃଦ୍ଧି ଘଟୁଥିବା ଦେଖି ଏବଂ ସାମାଜିକ ଗଣମାଧ୍ୟମରେ ଏହାର ପ୍ରଚାର ପ୍ରସାର କରି ସେମାନେ ପ୍ରାୟ ୨ହଜାର ନିବେଶକଙ୍କଠାରୁ ୧୨ରୁ ୧୫ କୋଟି ଟଙ୍କା ନିଜସ୍ବ ଆକାଉଣ୍ଟକୁ ଆଣିବାରେ ସଫଳ ହୋଇଥିଲେ। ପ୍ରଥମରୁ ଅଭିଯୁକ୍ତମାନେ ନିଜ ପରିବାର ଏବଂ ସମ୍ପର୍କୀୟଙ୍କୁ ଟାର୍ଗେଟ କରି ନିବେଶ କରିଥିଲେ। ଏହି ଟଙ୍କାକୁ ନିର୍ଦ୍ଦିଷ୍ଟ ସମୟ ଧରି ବ୍ଳକ୍‌ ଚେନ୍‌ ଜରିଆରେ ବ୍ଳକ୍‌ କରି ରଖିବା ଏବଂ ଏହାଦ୍ୱାରା ଅର୍ଥ ବହୁଗୁଣିତ ହେବା ପ୍ଳାନ୍‌ ପ୍ରଚାର କରିଥିଲେ। ଫଳରେ ଗତ ପ୍ରାୟ ଦେଢ଼ ବର୍ଷ ଭିତରେ ୨୦୦୦ ନିବେଶକ ୧୫ କୋଟି ଟଙ୍କା ଆକାଉଣ୍ଟରେ ଜମା କରିଥିଲେ। ଜମା ଟଙ୍କାକୁ ତୁରନ୍ତ ଅନ୍ୟ ଆକାଉଣ୍ଟକୁ ଅଭିଯୁକ୍ତମାନେ ଟ୍ରାନ୍ସଫର କରିଦେଉଥିଲେ। ଜମା ଟଙ୍କାରୁ ବିଭିନ୍ନ ନିବେଶକଙ୍କୁ ଭାଗ୍ୟବାନ୍‌ ନିବେଶକ ମାନ୍ୟତା ଦେଇ ମାଗଣା ଗୋଆ, ଥାଇଲାଣ୍ଡ ଟ୍ରିିପ୍‌ କରାଉଥିଲେ। ଫଳରେ ନିବେଶକଙ୍କ ମଧ୍ୟରେ ସନ୍ଦେହ ବୃଦ୍ଧି ନ ପାଇ ବିଶ୍ୱାସ ବୃଦ୍ଧି ପାଇବା ଯୋଜନା କରିଥିଲେ। ନିବେଶକଙ୍କ ମଧ୍ୟରେ ଆସ୍ଥା ସୃଷ୍ଟି ପାଇଁ ଆନ୍ତର୍ଜାତିକସ୍ତରରେ ଏକ ଗଣମାଧ୍ୟମ ସଂସ୍ଥାରେ ମଧ୍ୟ ଖବର ପ୍ରକାଶ କରାଇଥିଲେ। ଡାଇକନ୍‌ କଏନ୍‌ କ୍ରିପ୍ଟୋ ଟୋକନ୍‌ ବିଷୟରେ ଏହା ସହିତ ବିଭିନ୍ନ ନିବେଶକଙ୍କୁ ଇଜି ରିଚାର୍ଜ, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ର ଶସ୍ତାରେ ଉପଲବ୍ଧ କରାଉଥିବା ମାର୍କେଟିଂ ବ୍ୟବସ୍ଥା କରିଥିଲେ। ଏହି ଲୁଟ୍‌ କାରବାରରେ ଅଭିଯୁକ୍ତମାନେ ୬ଶହ ଜଣ ଏଜେଣ୍ଟ ନିଯୁକ୍ତି କରିଥିବା ଜଣାପଡିଛି। ଗତ ପ୍ରାୟ ଦେଢ଼ବର୍ଷ ମଧ୍ୟରେ ନିବେଶକଙ୍କଠାରୁ ଲୁଟି ଥିବା ପ୍ରାୟ ୧୨ରୁ ୧୫ କୋଟି ଟଙ୍କାରେ ଅଭିଯୁକ୍ତମାନେ ମର୍ସିଡିଜ୍‌ କାର ସମେତ ୪ଟି ଅନ୍ୟନ୍ୟ କାର, ବାଇକ୍‌ ଓ ଅନ୍ୟ ଉପକରଣ କିଣି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ଏଭଳିକି ଏହି ଟଙ୍କାରେ ଜମି, କୋଠାଘର କିଣିଥିବା ଏବଂ ଦୋକାନ୍‌ ଖୋଲିଥିବା ଏସ୍‌ପି ସୂଚନା ଦେଇଛନ୍ତି। ତଦନ୍ତ ଜାରି ରହିଛି ଏବଂ ଏହି ନକଲି କ୍ରିପ୍ଟୋ ଠକେଇ ର଼୍ୟାକେଟରେ ରାଜ୍ୟ ତଥା ଦେଶର କେଉଁମାନେ ଜଡିତ ଅଛନ୍ତି ସେମାନଙ୍କୁ ଧରିବା ପାଇଁ ବଡଧରଣର ଅଭିଯାନ ଆରମ୍ଭ ହୋଇଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ କିଶୋର ଦୀପ ସେ ଦୋଷୀ ନୁହାନ୍ତି ତାଙ୍କୁ ଫସେଇ ଦିଆଯାଇଥିବା କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ମେହେର ଏହା ଆଦୌ ଠକେଇ କି, ଲୁଟ୍‌ ନୁହଁ ବରଂ ଏଥିରେ ଅନେକେ ଲାଭବାନ୍‌ ହୋଇଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ପ୍ରାକ ବଜେଟ ବୈଠକରେ ହେଲା ଜରୁରୀ ଆଲୋଚନା: ମଧ୍ୟବିତ୍ତଙ୍କ ପାଇଁ ଏଥର ଫୋକସ୍‌ରେ ରହିବ…

ଭୁବନେଶ୍ୱର,୬।୨: ଆସନ୍ତା ୨୦ ଫେବୃୟାରୀରେ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ ହେବ। ଏହା ପୂର୍ବରୁ ଓଡ଼ିଶାବାସୀଙ୍କ ଠାରୁ ମଧ୍ୟ ରାୟ ଲୋଡିଛନ୍ତି ରାଜ୍ୟ ସରକାର। ମୁଖ୍ରମନ୍ତ୍ରୀ କହିଛନ୍ତି,…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

କୁମୁତାଲପେଟାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି

ଜେକେପୁର,୬ା୨(ରାଜେଶ ବିଶ୍ୱାଳ): ରାୟଗଡା ବ୍ଲକର କୁମୁତାଲପେଟା ପଞ୍ଚାୟତ ଅନ୍ତର୍ଗତ କୁମୁତାଲପେଟା ଗ୍ରାମରେ ଥିବା ପଞ୍ଚାୟତ କମ୍ପ୍ଲେକ୍ସର ଏକ ଦୋକାନରେ ଶୁକ୍ରବାର ଭୋର୍‌ ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।…

‘ଆପଣଙ୍କୁ କେବଳ ପବ୍ଲିସିଟି ଦରକାର’, କାହିଁକି ପ୍ରଶାନ୍ତ କିଶୋରଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ? ଜାଣନ୍ତୁ…

ପାଟନା,୬।୨: ୨୦୨୫ ବିହାର ବିଧାନସଭା ନିର୍ବାଚନକୁ ଚ୍ୟାଲେଞ୍ଜ କରି ଏବଂ ନୂତନ ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟି ଦ୍ୱାରା ଦାୟର କରାଯାଇଥିବା ଆବେଦନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri